ଭାରତ, ନେପାଳ ଏବଂ ବାଂଲାଦେଶ ଏକ ସମୟରେ କରିବେ ୨୦୧୮ର ବ୍ୟାଘ୍ର ଗଣନା

ଭାରତ, ନେପାଳ ଏବଂ ବାଂଲାଦେଶ ଏକ ସମୟରେ କରିବେ ୨୦୧୮ର ବ୍ୟାଘ୍ର ଗଣନା

Image Courtesy of TOI

ପିଲିଭିତ୍‌: ପ୍ରଥମ ଥର ଲାଗି ଭାରତ, ନେପାଳ ଏବଂ ବାଂଲାଦେଶ ନିବିଡ଼ ପାରସ୍ପରିକ ସହାୟତାରେ ନିଜ ନିଜର ସୀମାରେଖା ମଧ୍ୟରେ ୨୦୧୮ର ବ୍ୟାଘ୍ର ଗଣନା କରିବେ। ଭାରତରେ ବ୍ୟାଘ୍ର ଗଣନା ଭାର ନେଇଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଦେଶରେ ଥିବା ସମସ୍ତ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ, ଜାତୀୟ ଉଦ୍ୟାନ ଏବଂ ବନ୍ୟଜନ୍ତୁ ଅଭୟାରଣ୍ୟରେ ଏକ ସମୟରେ ବୃହତ୍‌ ମାର୍ଜାରମାନଙ୍କର ଗଣନା କରି ସମାନତା ଆଣିବା ଆଦି ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛି।

ବ୍ୟାଘ୍ର ଗଣନା ପାଇଁ ନଭେମ୍ବର ଦ୍ୱିତୀୟ ସପ୍ତାହରେ ଦେଶରେ ଥିବା ୬ଟି ଫରେଷ୍ଟ୍‍ ଜୋନ୍‌ରେ ପ୍ରଥମ ଥର ଲାଗି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶର ଫିଲ୍‌ଡ୍‌ ଡାଇରେକ୍‌ଟର୍‌, ଡିଏଫ୍‌ଓ ଏବଂ ରେଞ୍ଜ୍‌ ଅଫିସର୍‌ମାନଙ୍କୁ ବିଶେଷ ତାଲିମ ଦିଆଯିବ।

ଆମ ସହ ଏକ ସଙ୍ଗରେ ନିଜ ନିଜ ଦେଶରେ ବ୍ୟାଘ୍ର ଗଣନା କରାଇବାକୁ ଉଭୟ ନେପାଳ ଏବଂ ବାଂଲାଦେଶ ଆଗ୍ରହ ପ୍ରଦର୍ଶନ କରିଛନ୍ତି। କାରଣ ସେମାନଙ୍କର କେତେକ ବନ୍ୟାଞ୍ଚଳ ଭାରତୀୟ ସୀମାରେଖା ପାଖରେ ଅବସ୍ଥିତ ବୋଲି ଏନ୍‌ଟିସିଏର ଅତିରିକ୍ତ ଇନ୍‌ସ୍‌ପେକ୍ଟର୍‌ ଜେନେରାଲ ବୈଭବ ମାଥୁର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe