hindustantimes.com
ନୂଆଦିଲ୍ଲୀ : ଆନ୍ତର୍ଜତୀୟ ମହିଳା ଦିବସ ଅବସରରେ ଭାରତର ୨୦୦ଟି ପ୍ରମୁଖ ରେଳ ଷ୍ଟେସନରେ ସାନିଟାରି ନାପ୍କିନ୍ ଡିିସ୍ପେନ୍ସର ମେସିନ୍ ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରାଳୟ । ସୋମବାର ଏହି ସୂଚନା ରେଳ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଛି । ଏହି ଯୋଜନା ମାର୍ଚ୍ଚ ୮ ସୁଦ୍ଧା ଲାଗୁ କରିବା ପାଇଁ ରେଳମନ୍ତ୍ରୀ ପିୟୁଷ ଗୋଏଲ ପ୍ରସ୍ତୁତି ଆରମ୍ଭ କରିଥିବା ଜଣା ପଡ଼ିଛି । ଏଥି ପାଇଁ ସେ ସରୋଜିନୀ ନଗର ରେଲେଓ୍ଵ କଲୋନିରେ ଥିବା ମହିଳା ଗୋଷ୍ଠୀକୁ ପରିଦର୍ଶନ କରିଛନ୍ତି । ମହିଳାମାନଙ୍କୁ ସୁଲଭ ମୂଲ୍ୟରେ ସାନିଟାରି ପ୍ୟାଡ୍ ଯୋଗାଇ ଦେବା ପାଇଁ ରେଲେଓ୍ଵ ମହିଳା କଲ୍ୟାଣ କେନ୍ଦ୍ରୀୟ ସଂଗଠନ ଦ୍ୱାରା ଏହି ଗୋଷ୍ଠୀ ପକ୍ଷରୁ ପ୍ରଡ଼କ୍ସନ ୟୁନିଟ ଆରମ୍ଭ କରାଯାଇଥିବା ଜଣା ପଡ଼ିଛି।
The Asian Ageପୁର୍ବରୁ ସାନିଟାରି ନାପ୍କିନ୍ ଡିସ୍ପେନ୍ସର ଦିଲ୍ଲୀ ଏବଂ ଭୋପାଳ ରେଳ ଷ୍ଟେସନରେ ଲଗାଯାଇ ସାରିଛି । ଏହାକୁ ଆଉ ଟିକେ ପ୍ରସାର କରି ମାର୍ଚ୍ଚ ୮, ଆନ୍ତଜାର୍ତୀୟ ମହିଳା ଦିବସରେ ପ୍ରାୟ ୨୦୦ଟି ରେଳ ଷ୍ଟେସନରେ ଉପଲବ୍ଧ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରେଳମନ୍ତ୍ରୀ । ଏହା ମାଧ୍ୟମରେ ମହିଳା କର୍ମଚାରୀ ଏବଂ ଆର୍ଥିକ ଅବସ୍ଥା ଦୁର୍ବଳ ଥିବା ମହିଳାମାନଙ୍କୁ ସାହାଯ୍ୟ ମିଳିବ ବୋଲି ରେଲେଓ୍ଵ ବୋର୍ଡ଼ର ଚେୟାରମ୍ୟାନ୍ ଅଶ୍ୱିନ ଲୋହାନି କହିଛନ୍ତି ।
Outlook Hindiସୂଚନା ମୁତାବକ, ଏହି ଯୋଜନାକୁ ସଫଳ କରିବା ପାଇଁ ଏକ ମହିଳା ଗୋଷ୍ଠୀ ୨୦୧୮ ଜାନୁଆରି ପହିଲାରେ ଆରମ୍ଭ କରାଯାଇଥିଲା। ଯାହାଦ୍ୱାରା କମ ମୁଲ୍ୟରେ ଇକୋ-ଫ୍ରେଣ୍ଡଲି ଏବଂ ହାଇଜିନିକ୍ ପ୍ୟାଡ୍ ତିଆରି କରାଯାଇ ପାରିବ । ୬ ଜଣ ଲୋକ ଥିବା ଗୋଟିଏ ଗୋଷ୍ଠୀ ଦିନରେ ୪୦୦ଟି ପ୍ୟାଡ୍ ତିଆରି କରୁଥିବା ଜଣା ପଡ଼ିଛି । ୬ଟି ପ୍ୟାଡ୍ଥିବା ଗୋଟେ ପ୍ୟାକେଟ୍ର ମୁଲ୍ୟ ୨୨ଟଙ୍କା ରଖାଯାଇଛି । ଆଗାମୀ ଦିନରେ ଏହାର ମୂଲ୍ୟ କମିବ ବୋଲି ଜଣା ପଡ଼ିଛି ।
Follow Us