ଗ୍ରୀଷ୍ମ ପ୍ରବାହ କେବଳ ଭାରତରେ ନୁହେଁ, ପୃଥିବୀର ଉଭୟ ମେରୁରେ ଅନୁଭୂତ ହେଉଛି ଅଭୂତପୂର୍ବ ଉତ୍ତାପ

Advertisment
ଗ୍ରୀଷ୍ମ ପ୍ରବାହ କେବଳ ଭାରତରେ ନୁହେଁ, ପୃଥିବୀର ଉଭୟ ମେରୁରେ ଅନୁଭୂତ ହେଉଛି ଅଭୂତପୂର୍ବ ଉତ୍ତାପ

ନୂଆଦିଲ୍ଲୀ: ଗ୍ରୀଷ୍ମ ପ୍ରବାହ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ବରେ ଅନୁଭୂତ ହେଉଛି। ଏଥିରୁ ପୃଥିବୀର ଦୁଇ ମେରୁ ଅଞ୍ଚଳ (ଉତ୍ତର ଓ ଦକ୍ଷିଣ ମେରୁ) ମଧ୍ୟ ବାଦ ପଡ଼ିନାହିଁ। ପୃଥିବୀର ଉତ୍ତାପ ବୃଦ୍ଧି ପାଇବାରୁ ଉଭୟ ଆର୍କଟିକ୍‌ ଏବଂ ଆଣ୍ଟାର୍କଟିକ୍‌ ଅଞ୍ଚଳ ମଧ୍ୟ ଉତପ୍ତ ହେଉଛି।

ଋତୁ ଅନୁସାରେ, ଏବେ ସେଠାରେ ତାପମାତ୍ରା ବିଯୁକ୍ତ ୫୦ ଡିଗ୍ରୀ ସେଲିସିୟସ୍‌ ରହିବା କଥା, କିନ୍ତୁ  ମଙ୍ଗଳବାର ଦିନ ଆଣ୍ଟ୍‌ଲାଟିକ୍‌ ପ୍ଲେଟ୍ୟୁରେ ଥିବା ‘କନ୍‌କର୍ଡିଆ’ କେନ୍ଦ୍ର ସେଠାକାର ତାପମାତ୍ରା ବୃଦ୍ଧି ପାଇ ବିଯୁକ୍ତ ୨୦କୁ ଚାଲି ଆସିଥିବା କଥା ରେକର୍ଡ କରିଛି। ବିଶ୍ବ ଉତ୍ତାପ ବୃଦ୍ଧି ଯୋଗୁଁ ଏଭଳି ହେଉଛି ବୋଲି ରୁଷ୍‌ ନେତୃତ୍ବାଧୀନ ‘ଭୋସ୍ତକ୍‌’ କେନ୍ଦ୍ର ମଧ୍ୟ ରିପୋର୍ଟ କରିଛି।

publive-image Image Courtesy of MSN

ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ, ଦୁଇ ମେରୁ ଅଞ୍ଚଳର ଉତ୍ତାପ ଏକ ସଙ୍ଗେ ବୃଦ୍ଧି ପାଉଛି। ସେମାନଙ୍କର ମନେହୁଏ ଯେ, ଗ୍ରୀଷ୍ମକାଳ ପରେ ପରେ ଆଣ୍ଟାର୍କଟିକ୍‌ ଓ ଆର୍କଟିକ୍‌ ଶୀତଳ ହୋଇଯିବ। କିନ୍ତୁ, ଉଭୟ ମେରୁରେ ବରଫ ତରଳିବା ଘଟଣା ବିଶେଷଜ୍ଞମାନଙ୍କୁ ଆଚମ୍ବିତ କରିଛି। କାରଣ ଗୋଟିଏ ମେରୁରେ ଗ୍ରୀଷ୍ମଋତୁ ଥିଲେ ଅନ୍ୟ ମେରୁରେ ଶୀତଋତୁ ଥାଏ। ତେଣୁ, ଏକ ସମୟରେ ଉତ୍ତର ଓ ଦକ୍ଷିଣ ମେରୁ ତରଳୁଛି କାହିଁକି?

publive-image Image Courtesy of India Today

ବିଶ୍ବ ଜଳବାୟୁ ଯେ, ଅଭୂତପୂର୍ବ ପରିବର୍ତ୍ତନ ଦେଇ ଗତି କରୁଛି, ଉଭୟ ମେରୁରେ ତାପମାତ୍ରାର ଦ୍ରୁତ ବୃଦ୍ଧି ହେଉଛି ତା’ର ସଙ୍କେତ। କ୍ରମାଗତ ବରଫ ତରଳିଲେ ସମୁଦ୍ର ପତ୍ତନ ବୃଦ୍ଧି ପାଇବା ସହିତ ବିଶ୍ବର କେତେକ ଅଞ୍ଚଳର ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହୋଇ ମାନବଜାତି ପାଇଁ ନୂଆ ସମସ୍ୟା ସୃଷ୍ଟି କରିବ ବୋଲି ବୈଜ୍ଞାନିକମାନେ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe