ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟ ବନ୍ଦ ନହେଲେ ସାର୍କ ବୈଠକରେ ଭାରତ ଯୋଗଦେବନାହିଁ: ସୁଷମା

Advertisment
ସୁଷମାଙ୍କ ଶେଷ ଟୁଇଟ୍ : ପ୍ରଧାନମନ୍ତ୍ରୀଜୀ ଆପକା ହାର୍ଦ୍ଦିକ ଅଭିନନ୍ଦନ...

ହାଇଦ୍ରାବାଦ: ଭାରତ ବିରୋଧରେ ପାକିସ୍ତାନ ଚଳାଇଥିବା ଆତଙ୍କବାଦୀ କାର୍ଯ୍ୟ ବନ୍ଦ ନକଲେ ଭାରତ ସାର୍କ ବୈଠକରେ ଯୋଗଦେବ ନାହିଁ। ଏପରିକି ଦୁଇ ଦେଶ ମଧ୍ୟରେ କୌଣସି କଥାବାର୍ତ୍ତା ହେବନାହିଁ। ସାର୍କ ବୈଠକରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପାକିସ୍ତାନ ଆମନ୍ତ୍ରଣ କରିବ ବୋଲି କହିବାର ପରଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଏହା କହିଛନ୍ତି। କରତାରପୁର କରିଡର ନିର୍ମାଣ ପାଇଁ ନିଆଯାଇଥିବା ପଦକ୍ଷେପର କୌଣସି ସମ୍ପର୍କ ଦୁଇ ଦେଶ ମଧ୍ୟରେ ଆଲୋଚନା ଆରମ୍ଭ ସହିତ ନାହିଁ। ଭାରତ ଦୀର୍ଘ ବର୍ଷ ହେଲା ଏହି କରିଡର ନିର୍ମାଣ ପାଇଁ କହି ଆସୁଥିବା ବେଳେ ପାକିସ୍ତାନ ପ୍ରଥମ ଥର ପାଇଁ ସକାରାତ୍ମକ ମନୋଭାବ ନେଇ ଏହି କାର୍ଯ୍ୟ ପାଇଁ ଆଗେଇ ଆସିଛି ବୋଲି ଶ୍ରୀମତୀ ସ୍ବରାଜ କହିଛନ୍ତି। ଏହାର ଅର୍ଥ ନୁହେଁ ଯେ କେବଳ ଏହି କାର୍ଯ୍ୟକୁ ଦେଖି ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ ହେବ। ଆତଙ୍କବାଦ ଓ ଆଲୋଚନା ଏକ ସଙ୍ଗରେ ହୋଇପାରିବ ନାହିଁ ବୋଲି ଶ୍ରୀମତୀ ସ୍ବରାଜ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଉରିରେ ଆତଙ୍କବାଦୀ ଆକ୍ରମଣ ପରେ ୨୦୧୬ ସାର୍କ ସମ୍ମିଳନୀରେ ଭାରତ ଯୋଗ ନଦେବା ପାଇଁ ନିଷ୍ପତ୍ତି ନେଇଥିଲା। ଭାରତ ପରେ ଭୂଟାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବେନାହିଁ ବୋଲି ମନା କରିବାରୁ ସମ୍ମିଳନୀକୁ ବାତିଲ କରିବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe