ରୁଷ୍‌ ମାଟିରେ ଚୀନ୍ ଓ ପାକିସ୍ତାନ ସହ ବହୁଦେଶୀୟ ସମରାଭ୍ୟାସରେ ଅଂଶଗ୍ରହଣ କରିବ ନାହିଁ ଭାରତ

Advertisment
ରୁଷ୍‌ ମାଟିରେ ଚୀନ୍ ଓ ପାକିସ୍ତାନ ସହ ବହୁଦେଶୀୟ ସମରାଭ୍ୟାସରେ ଅଂଶଗ୍ରହଣ କରିବ ନାହିଁ ଭାରତ

Image Courtesy of Defence News of India

ନୂଆଦିଲ୍ଲୀ: ରୁଷ୍‌ରେ ଦ୍ବାରା ଆୟୋଜିତ ବହୁଦେଶୀୟ ସମରାଭ୍ୟାସ ‘କାଭକାଜ୍-୨୦୨୦’ରେ ଭାରତ ଅଂଶଗ୍ରହଣ କରିବ ନାହିଁ ବୋଲି ରୁଷ୍‌କୁ ଜଣାଇପାରେ। ଏହି ସମରାଭ୍ୟାସରେ ଚୀନ୍ ଓ ପାକିସ୍ତାନୀ ସେନା ମଧ୍ୟ ଭାଗ ନେଉଛନ୍ତି।

ଏହାଛଡ଼ା ଭାରତୀୟ କର୍ତ୍ତୃପକ୍ଷ କୋଭିଡ୍‌-୧୯ ଜନିତ ପରିସ୍ଥିତି କଥା ମଧ୍ୟ ବିଚାର କରୁଛନ୍ତି। ସମ୍ପ୍ରତି ଭାରତରେ ଦୈନିକ ହାରାହାରି ୭୦ ହଜାର ପଜିଟିଭ୍ ମାମଲା ଆସୁଥିବା ବ‌େଳେ ଦକ୍ଷିଣ ରୁଷ୍‌ର ଆସ୍ତ୍ରାଖାନ୍‌ ଅଞ୍ଚଳରେ ହେବାକୁ ଥିବା ଏହି ସମରାଭ୍ୟାସରେ ଭାରତର ଭୂମିକା କଥା ସେମାନେ ଗୁରୁତ୍ବର ସହ ଚିନ୍ତା କରୁଛନ୍ତି।

ସେପ୍ଟେମ୍ବର ମାସରେ ହେବାକୁ ଥିବା ‘କାଭକାଜ୍-୨୦୨୦’ ବହୁପକ୍ଷ ସମରାଭ୍ୟାସରେ ଅଂଶ ଗ୍ରହଣ କରିବାକୁ ୩ ସେନାର ୨୦୦ ସୈନିକଙ୍କୁ ଧରି ଆସିବାକୁ ରୁଷ୍‌ ଭାରତକୁ ନିମନ୍ତ୍ରଣ କରିଛି।

publive-image Image Courtesy of ANI News

ପ୍ରତିରକ୍ଷା ସୂତ୍ରରୁ ଗଣମାଧ୍ୟକୁ ସୂଚନା ଦିଆଯାଇଛି ଯେ, ସାଉଥ୍ ବ୍ଲକ୍‌ରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଚିଫ୍ ଅଫ୍ ଡିଫେନ୍ସ୍‌ ଷ୍ଟାଫ୍ ବିପିନ ରାୱତ୍‌ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଆଲୋଚନା ହୋଇଥିଲା ଯେ, ଚୀନ୍ ଓ ପାକିସ୍ତାନୀ ସେନା ଉପସ୍ଥିତ ଥିବା ବହୁଦେଶୀୟ ସମରାଭ୍ୟାସରେ ଅଂଶ ଗ୍ରହଣ କରିବା ଠିକ୍‌ କଥା ନୁହେଁ।

ପୂର୍ବ ଲଦାଖରେ ଚୀନ୍ ସହ ଭାରତୀୟ ସେନାର ବିବାଦ ଚାଲିଛି ଏବଂ ୪୦୦୦ କିଲୋମିଟର୍ ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖାରେ ହାଇ ଆଲର୍ଟ ଜାରି ହୋଇଥିବା ବେଳେ ସେମାନଙ୍କ ସହ ବହୁ ଦେଶୀୟ ସମରାଭ୍ୟାସ ସ୍ବାଭାବିକ ହୋଇପାରିବ ନାହିଁ।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ‘ସାଙ୍ଘାଇ କୋପରେସନ୍ ଅର୍ଗାନାଇଜେସନ୍’ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଯୋଗଦେବାକୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେପ୍ଟେମ୍ବର ୪-୬ ପର୍ଯ୍ୟନ୍ତ ରୁଷ୍‌ ଗସ୍ତରେ ଯିବେ। କିନ୍ତୁ, ସେ ତାଙ୍କର ଚୀନ୍ ପ୍ରତିପକ୍ଷଙ୍କ ସହ କୌଣସି ଆଲୋଚନା କରିବାର ସମ୍ଭାବନା ନ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe