ଇରାନ-ଇସ୍ରାଏଲ ଉତ୍ତେଜନା : ସଂଯମତା ପାଇଁ ଭାରତର ନିବେଦନ

ଇରାନ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ପରେ ମଧ୍ୟପୂର୍ବରେ ଯୁଦ୍ଧର ପରିସର ବଢିବାର ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ନେଇ ସମଗ୍ର ବିଶ୍ବରେ ଚିନ୍ତା ପ୍ରକାଶ ପାଇଛି । ଏହି ସଂଘର୍ଷକୁ ନେଇ ଭାରତ ପକ୍ଷରୁ ମଧ୍ୟ ଚିନ୍ତା ପ୍ରକାଶ ପାଇଛି । ସଂଯମତା ରକ୍ଷା ସହ ଆଲୋଚନା ଟେବୁଲକୁ ଫେରିବାକୁ ଭାରତ ନିବେଦନ କରିଛି ।

israel-iran

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ପରେ ମଧ୍ୟପୂର୍ବରେ ଯୁଦ୍ଧର ପରିସର ବଢିବାର ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ନେଇ ସମଗ୍ର ବିଶ୍ବରେ ଚିନ୍ତା ପ୍ରକାଶ ପାଇଛି । ଏହି ସଂଘର୍ଷକୁ ନେଇ ଭାରତ ପକ୍ଷରୁ ମଧ୍ୟ ଚିନ୍ତା ପ୍ରକାଶ ପାଇଛି । ସଂଯମତା ରକ୍ଷା ସହ ଆଲୋଚନା ଟେବୁଲକୁ ଫେରିବାକୁ ଭାରତ ନିବେଦନ କରିଛି ।

ପଶ୍ଚିମ ଏସିଆରେ ବଢୁଥିବା ସଂଘର୍ଷକୁ ନେଇ ଗଭୀର ଉଦବେଗ ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତି ଜାରି କରିଛି। ବୈଦେଶିକ ମନ୍ତ୍ରଣାଳୟ ସମ୍ପୃକ୍ତ ସମସ୍ତଙ୍କୁ ସଂଯମତା ଅବଲମ୍ବନ କରିବା ସହ ଆଲୋଚନା ଓ କୂଟନୀତି ପଥକୁ ଫେରିବାକୁ ଆହ୍ୱାନ ଦେଇଛି। ନିରୀହ ବନ୍ଧକ ଓ ସାଧାରଣ ନାଗରିକଙ୍କ ଦୁର୍ଦ୍ଦଶା ସମ୍ପର୍କରେ ବିବୃତିରେ କୁହାଯାଇଛି ଯେ ଏଭଳି ହିଂସା କାହାର ସ୍ୱାର୍ଥରେ ନୁହେଁ। ଏଥିସହ ଏହି ଅଞ୍ଚଳରେ ଥିବା ଭାରତୀୟ ଦୂତାବାସ ଗୁଡ଼ିକ ଭାରତୀୟ ସମୁଦାୟର ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି।

ପଶ୍ଚିମ ଏସିଆରେ ବଢୁଥିବା ସଂଘର୍ଷକୁ ନେଇ ଗଭୀର ଉଦବେଗ ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତି ଜାରି କରିଛି। ବୈଦେଶିକ ମନ୍ତ୍ରଣାଳୟ ସମ୍ପୃକ୍ତ ସମସ୍ତଙ୍କୁ ସଂଯମତା ଅବଲମ୍ବନ କରିବା ସହ ଆଲୋଚନା ଓ କୂଟନୀତି ପଥକୁ ଫେରିବାକୁ ଆହ୍ୱାନ ଦେଇଛି।

ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲଏଡ୍ ଅଷ୍ଟିନ୍ ଟ୍ୱିଟ୍ କରି କହିଛନ୍ତି ଯେ ସେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍ ଗାଲାଣ୍ଟଙ୍କ ସହ କଥା ହୋଇଛନ୍ତି ଏବଂ ଇରାନରେ ସାମରିକ ଘାଟି ଉପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ର ଆକ୍ରମଣ ସମ୍ପର୍କରେ ସୂଚନା ପାଇଛନ୍ତି । ଅଷ୍ଟିନ୍ ଇସ୍ରାଏଲର ସୁରକ୍ଷା ଏବଂ ଆତ୍ମରକ୍ଷା ଅଧିକାର ପ୍ରତି ଆମେରିକାର ଦୃଢ଼ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। 

ଇରାନ ଓ ଇରାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନର ବିପଦ ସତ୍ତ୍ୱେ, ଏହି ଅଞ୍ଚଳରେ ଆମେରିକୀୟ ଯବାନ, ଇସ୍ରାଏଲ ଏବଂ ସହଯୋଗୀମାନଙ୍କୁ ସୁରକ୍ଷା ଦେବା ପାଇଁ ଦୃଢ଼ ସାମରିକ ଉପସ୍ଥିତି ବଜାୟ ରଖିଛି ଏବଂ କୌଣସି ପକ୍ଷ ଉତ୍ତେଜନାର ଫାଇଦା ଉଠାଇ ସଂଘର୍ଷକୁ ବଢ଼ାଇବାରୁ ରୋକିବାକୁ  ତାଙ୍କ ଦେଶ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe