ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ଆମେରିକା, ଚୀନ ଓ ଫ୍ରାନ୍ସକୁ ପଛରେ ପକାଇଲା ଭାରତ

Advertisment

ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି। ଉଭୟ ପକ୍ଷର ସହମତିରେ ସୀମାରେ ଅସ୍ତ୍ରବିରତି ଲାଗୁ ହୋଇଛି। ଏହାରି ମଧ୍ୟରେ ଭାରତକୁ ନେଇ ଏକ ବଡ଼ ଖବର ହସ୍ତଗତ ହୋଇଛି।

ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି। ଉଭୟ ପକ୍ଷର ସହମତିରେ ସୀମାରେ ଅସ୍ତ୍ରବିରତି ଲାଗୁ ହୋଇଛି। ଏହାରି ମଧ୍ୟରେ ଭାରତକୁ ନେଇ ଏକ ବଡ଼ ଖବର ହସ୍ତଗତ ହୋଇଛି।

ଗଜୁତୂ

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି। ଉଭୟ ପକ୍ଷର ସହମତିରେ ସୀମାରେ ଅସ୍ତ୍ରବିରତି ଲାଗୁ ହୋଇଛି। ଏହାରି ମଧ୍ୟରେ ଭାରତକୁ ନେଇ ଏକ ବଡ଼ ଖବର ହସ୍ତଗତ ହୋଇଛି। ଜାଣିବାକୁ ମିଳିିଛି ଯେ ଆମ ଦେଶ ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି। ଏହି ଦୌଡ଼ରେ ଭାରତ ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ର ଆମେରିକା, ଚୀନ ଓ ଫ୍ର‌ାନ୍ସ ଆଦିକୁ ପଛରେ ପକାଇଛି।

ଭାରତର ଉତ୍ପାଦନ ଏବଂ ସେବା ଦୁଇଟି ଯାକ ବିଶ୍ବ ସ୍ତରରେ ଶୀଷରେ ରହିଛି। ଜେପି ମୋର୍ଗନ ଦ୍ବାରା ଜାରି ହୋଇଥିବ‌ା ପର୍ଜେଜିଂ ମ୍ୟ‌ାନେଜିଂ ଇଣ୍ଡେକ୍ସ (ପିଏମ୍‌ଆଇ) ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ସୂଚନା ମୁତାବକ, ୨୦୨୫ ମସିହା ଏପ୍ରିଲ୍‌ ସୁଦ୍ଧା ଭାରତର ଉତ୍ପାଦନ ପିଏମ୍‌ଆଇ ୫୮.୨ ରହିଛି। ସେହିପରି ଏହାର ସେବା ପିଏମ୍ଆଇ ୫୮.୭ ରିପୋର୍ଟ କରାଯାଇଛି। 

ଏହା ଉଲ୍ଲେଖନୀୟ ଯେ ପିଏମ୍‌ଆଇ ହେଉଛି ଉତ୍ପାଦନ ଏବଂ ସେବା କ୍ଷେତ୍ରର ଆର୍ଥିକ ସ୍ୱାସ୍ଥ୍ୟକୁ ଦର୍ଶାଉଥିବା ଏକ ପ୍ରମୁଖ ସୂଚକାଙ୍କ। ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ମଧ୍ୟରେ ଏହି ସୂଚକାଙ୍କ ସୂଚାଇ ଦେଉଛି ଯେ ଭାରତୀୟ ଅର୍ଥନୀତି ଏକ ସ୍ଥିର ଗତିରେ ଆଗକୁ ବଢ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe