ୟୁକ୍ରେନ ସଙ୍କଟ ନେଇ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଭାରତର ମନ୍ତବ୍ୟ: କଥାବାର୍ତ୍ତା ଓ କୂଟନୀତି ମାଧ୍ୟମରେ ଦୂର ହୋଇପାରିବ ମତଭେଦ

Advertisment
ୟୁକ୍ରେନ ସଙ୍କଟ ନେଇ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଭାରତର ମନ୍ତବ୍ୟ: କଥାବାର୍ତ୍ତା ଓ କୂଟନୀତି ମାଧ୍ୟମରେ ଦୂର ହୋଇପାରିବ ମତଭେଦ

Photo: Hindustan Times

ନୂଆଦିଲ୍ଲୀ: ଗତ ଫେବ୍ରୁଆରି ୨୪ ତାରିଖ ଠାରୁ ଋଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଚାଲୁ ରହିଛି। ଇତ୍ୟବସରରେ ଗୁରୁବାର ଦିନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନ୍‌ଏଚ୍‌ଆରସି) ରେ ଏକ ଜରୁରିକାଳୀନ ବୈଠକ ଡକାଯାଇଥିଲା। ଏହି ବୈଠକରେ ଭାରତ ନିଜର ମତ ରଖିଛି। କୌଣସି ବି ମତଭେଦ ଓ ବିବାଦକୁ କେବଳ କଥାବାର୍ତ୍ତା ଓ କୂଟନୀତି ମାଧ୍ୟମରେ ହିଁ ଶେଷ କରାଯାଇ ପାରିବ ବୋଲି ଭାରତ ସ୍ପଷ୍ଟ ରୂପେ କହିଛି।

ମାନବିକ ଅଧିକାରର ୪୯ ତମ ଅଧିବେଶନରେ ଭାରତ କହିଛି, ଆମେ ହିଂସାର ତତ୍କାଳ ବନ୍ଦ କରିବାକୁ ଓ ଶତ୍ରୁତାକୁ ସମାପ୍ତ କରିବାକୁ ଅନୁରୋଧ କରୁଛୁ। ଆମେ ୟୁକ୍ରେନ୍‌ରେ ଫସି ରହିଥିବା ହଜାର ହଜାର ଭାରତୀୟଙ୍କୁ ନେଇ ଅତ୍ୟନ୍ତ ଚିନ୍ତିତ ଅଛୁ। ଆମେ ପଡୋଶୀ ଦେଶମାନଙ୍କ ସହ ମିଶି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛୁ। ଆମେ ୟୁକ୍ରେନ୍‌ର ଲୋକମାନଙ୍କୁ ମାନବିକ ଅଧିକାରର ସମ୍ମାନ ଓ ସଂରକ୍ଷଣ କରିବାକୁ ଆହ୍ଵାନ କରୁଛୁ। ଭାରତ ପୂର୍ବରୁ ହିଁ ମାନବିକ ସହାୟତା ପଠାଇଛି। ଆମେ ଆଗାମୀ ଦିନରେ ଆହୁରି ସହାୟତା ପଠାଇବୁ।

ଦୁଇ ଦିନିଆ ଏହି ବୈଠକ ଶୁକ୍ରବାର ଦିନ ଏକ ପ୍ରସ୍ତାବ ଉପରେ ମତଦାନ ପରେ ଶେଷ ହେବ। ଏହି ପ୍ରସ୍ତାବଟି ଅନୁସାରେ ଋଷର ୟୁକ୍ରେନ ଉପରେ ଆକ୍ରମଣ ଉପରେ ଯାଞ୍ଚ କରିବା ପାଇଁ ଏକ ତିନି ସଦସ୍ୟ ବିଶିଷ୍ଟ ବିଶେଷଜ୍ଞ ଦଳର ଗଠନ କରିବାକୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe