www.news18.com
ଜମ୍ମୁ: ଭାରତ ଓ ପାକିସ୍ତାନ ଭିତରେ ଶନିବାର ପ୍ରବଳ ମାତ୍ରାରେ ଗୁଳିଚାଳନା ହୋଇଛି। ଶନିବାର ସଂଧ୍ୟାରେ ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନୀ ସେନା ଜମ୍ମୁ-କଶ୍ମୀର ପୁଞ୍ଚ୍ ଜିଲ୍ଲାରେ ଗୁଳି ମାଡ଼ କରଥିଲେ। ପାକ୍ ପକ୍ଷରୁ ହୋଇଥିବା ଏହି ଗୁଳିମାଡ଼ରେ ଜଣେ ଭାରତୀୟ ନାଗରିକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି।
ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ‘ଲ୍ୟୁଟେନାଣ୍ଟ୍ କଲୋନେଲ୍ ଦେବେନ୍ଦର ଆନନ୍ଦ କହିଛନ୍ତି, ‘ଶନିବାର ରାତି ପାଖାପାଖି ୮ଟା ସମୟରେ ପୁଞ୍ଚ୍କର କ୍ରିଷ୍ଣାଘାଟୀଠାରେ ପାକିସ୍ତାନୀ ସେନା ଅସ୍ତ୍ର ବିରତି ଉଲ୍ଲଂଘନ କରି ଗୋଳା ମାଡ଼ କରିବା ସହ ଗୁଳି ଚାଳନା କରିଥିଲେ।’
ତେବେ ଜାଣିବାକୁ ମିଳିଛି ଯେ ପାକ୍ ପକ୍ଷରୁ ଏପରି ଅସ୍ତ୍ର ବିରତି ଉଲ୍ଲଂଘନ ହେବା ପରେ ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦେବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
ତେବେ ରିପୋର୍ଟରୁ ଜାଣିବାକୁ ମିଳିଛି କି ଏବେ ବି ମାନ୍କୋଟ ଓ କ୍ରିଷ୍ଣାଘାଟଠାରେ ପାକ୍ ସେନା ଗୁଳି ଚାଳନା ଜାରି ରଖିଛନ୍ତି।
Follow Us