ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଲାଗୁ ହୋଇଛି । ଦୁଇ ଦେଶର ଡିଜଏମଓ (ଡାଇରେକ୍ଟର ଜେନେରାଲ ଅଫ ମିଲିଟାରି ଅପରେସନ୍ସ ବା ସାମରିକ ଅଭିଯାନ ମହାନିର୍ଦ୍ଦେଶକ)ଙ୍କ ମଧ୍ୟରେ ଆଲୋଚନା ପରେ ଦୁଇ ପକ୍ଷ ଶାନ୍ତ ହୋଇଛନ୍ତି । ଆସନ୍ତା ୧୨ ତାରିଖରେ ମଧ୍ୟ ଦୁଇପକ୍ଷଙ୍କ ମଧ୍ୟରେ ଆଲୋଚନା ଜାରି ରହିବ ।
ଏ ବିଷୟରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରମ ମିଶ୍ର କହିଛନ୍ତି ଯେ ଶନିବାର (୧୦ ମଇ, ୨୦୨୫) ଅପରାହ୍ନରେ ପାକିସ୍ତାନ ଡିଜିଏମଓ ଏକ ଫୋନ୍ କଲ୍ କରି ଏହି ପଦକ୍ଷେପ ନେଇଥିଲେ, ଯାହା ପରେ ଆଲୋଚନା ହୋଇଥିଲା ଏବଂ ସହମତି ହୋଇଥିଲା। ସେ କହିଛନ୍ତି ଯେ ଅନ୍ୟ କୌଣସି ସ୍ଥାନରେ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ସେ କହିଛନ୍ତି, "ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ଆଜି ଦିନ ସାଢେ ୩ଟାରେ ଭାରତୀୟ ଡିଜିଏମଓଙ୍କୁ ଫୋନ୍ କରିଥିଲେ। ଏହି କଥାବାର୍ତ୍ତାବେଳେ ସେମାନେ ରାଜି ହୋଇଥିଲେ ଯେ ଉଭୟ ପକ୍ଷ ଭାରତୀୟ ମାନକ ସମୟ ସନ୍ଧ୍ୟା ୫ଟାରୁ ସ୍ଥଳ, ବାୟୁ ଏବଂ ସମୁଦ୍ରରେ ସମସ୍ତ ଗୁଳିମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବେ। ଆଜି ଉଭୟ ପକ୍ଷକୁ ଏହି ଚୁକ୍ତିନାମା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ଦେଶର ଡିଜିଏମଓ ଆସନ୍ତା ମେ ୧୨ ରେ ଦିନ ୧୨ଟା ରେ ପୁଣି ଥରେ କଥାବାର୍ତ୍ତା କରିବେ।"
Follow Us