Advertisment

କମ୍ପିବ ଆରବସାଗର, ଗୋଟିଏ ସମୟରେ ସମରାଭ୍ୟାସ କରିବେ ଭାରତ, ପାକିସ୍ତାନର ନୌସେନା

Advertisment

ଆରବ ସାଗରରେ ଉଭୟ ଭାରତ ଓ ପାକିସ୍ତାନର ନୌସେନା ସମରାଭ୍ୟାସ ପାଇଁ ପ୍ରସ୍ତୁତ ହେଉଛନ୍ତି ।  ଏଥିପାଇଁ ଉଭୟ ଦେଶ ନାଭିଗେସନ୍ କ୍ଷେତ୍ର ଚେତାବନୀ ଜାରି କରିଛନ୍ତି। ଏହାକୁ ନେଇ ଉତ୍ତେଜନା ବଢିବାର ଆଶଙ୍କା ରହିଛି ।

ଆରବ ସାଗରରେ ଉଭୟ ଭାରତ ଓ ପାକିସ୍ତାନର ନୌସେନା ସମରାଭ୍ୟାସ ପାଇଁ ପ୍ରସ୍ତୁତ ହେଉଛନ୍ତି ।  ଏଥିପାଇଁ ଉଭୟ ଦେଶ ନାଭିଗେସନ୍ କ୍ଷେତ୍ର ଚେତାବନୀ ଜାରି କରିଛନ୍ତି। ଏହାକୁ ନେଇ ଉତ୍ତେଜନା ବଢିବାର ଆଶଙ୍କା ରହିଛି ।

New Project (20)

ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ଓ ଭାରତ-ପାକିସ୍ତାନ ଯୁଦ୍ଧ ବିରତିକୁ ଇତି ମଧ୍ୟରେ ତିନିମାସ ବିତିଯାଇଥିଲେ ବି ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏପରିକି ଆଜି ଭାରତର ସେନାଧ୍ୟକ୍ଷ କହିଛନ୍ତି ଯେ ଆଗାମୀ ଯୁଦ୍ଧ ଖୁବଶୀଘ୍ର ହୋଇପାରେ । ଏପରି ସ୍ଥିତି ଆଉ ଏକ ଉତ୍ତେଜନା ସୃଷ୍ଟିକାରୀ ଖବର ଆସିଛି । ସୂଚନା ଅନୁସାରେ ଆରବ ସାଗରରେ ଉଭୟ ଭାରତ ଓ ପାକିସ୍ତାନର ନୌସେନା ସମରାଭ୍ୟାସ ପାଇଁ ପ୍ରସ୍ତୁତ ହେଉଛନ୍ତି । 

ଭାରତ ଏବଂ ପାକିସ୍ତାନୀ ନୌସେନା ଏକା ସମୟରେ ନିଜ ନିଜ ଜାହାଜରୁ ଗୁଳିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ଉଭୟ ଦେଶ ନାଭିଗେସନ୍ କ୍ଷେତ୍ର ଚେତାବନୀ ଜାରି କରିଛନ୍ତି। ପାକିସ୍ତାନ ଦ୍ୱାରା ଜାରି କରାଯାଇଥିବା ନାଭାରିଆ ଚେତାବନୀ ଅନୁଯାୟୀ, ସାମୁଦ୍ରିକ ଯାତାୟାତକୁ ଅଗଷ୍ଟ ୧୧ ସକାଳ ୪ଟାରୁ ଅଗଷ୍ଟ ୧୨ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଅଭ୍ୟାସ କ୍ଷେତ୍ରରୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଛି।

ପାକିସ୍ତାନ ଦ୍ୱାରା ଗୋଟିଏ ନାଭାରିଆ ଚେତାବନୀ ଦିଆଯାଇଥିବାବେଳେ ଭାରତ ଦ୍ୱାରା ୩ଟି ସତର୍କତା ଜାରି କରାଯାଇଛି। ଭାରତ ପକ୍ଷରୁ ଓଖା, ପୋରବନ୍ଦର ଏବଂ ମୋର୍ମୁଗାଓ ନିକଟ ସମୁଦ୍ରରେ ସାମୁଦ୍ରିକ ଯାତାୟାତକୁ ଏହି ଅଞ୍ଚଳରୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଛି।

ପାକିସ୍ତାନ ଦ୍ୱାରା ଗୋଟିଏ ନାଭାରିଆ ଚେତାବନୀ ଦିଆଯାଇଥିବାବେଳେ ଭାରତ ଦ୍ୱାରା ୩ଟି ସତର୍କତା ଜାରି କରାଯାଇଛି। ଭାରତ ପକ୍ଷରୁ ଓଖା, ପୋରବନ୍ଦର ଏବଂ ମୋର୍ମୁଗାଓ ବାହାରେ ସମୁଦ୍ରରେ ସାମୁଦ୍ରିକ ଯାତାୟାତକୁ ଏହି ଅଞ୍ଚଳରୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଛି। ଓଖା ଉପକୂଳ ନିକଟରେ ଜାରି ହୋଇଥିବା ଚେତାବନୀ ଅନୁଯାୟୀ, ନୌସେନା ଅଗଷ୍ଟ ୧୧ ତାରିଖ ସକାଳ ୧୧:୩୦ ରୁ ଅପରାହ୍ନ ୧:୩୦ ପର୍ଯ୍ୟନ୍ତ ଏକ ଫାୟାରିଂ ଡ୍ରିଲ୍ କରିବ। ପୋରବନ୍ଦର ଉପକୂଳ ନିକଟରେ ଜାରି ହୋଇଥିବା ଚେତାବନୀ ଅନୁଯାୟୀ, ନୌସେନା ଅଗଷ୍ଟ ୧୨ ତାରିଖ ଦିନ ୧୨:୩୦ ରୁ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ ଫାୟାରିଂ ଡ୍ରିଲ୍ କରିବ। ମୋରମୁଗାଓ ଉପକୂଳ ନିକଟରେ ଜାରି ହୋଇଥିବା ଚେତାବନୀ ଅନୁଯାୟୀ, ନୌସେନା ଅଗଷ୍ଟ ୧୩ ତାରିଖ ଦିନ ଅପରାହ୍ନ ୧:୩୦ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଫାୟାରିଂ ଡ୍ରିଲ୍ କରିବ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ସାମୁଦ୍ରିକ ଯାତାୟାତକୁ ଏହି ଅଞ୍ଚଳଗୁଡ଼ିକରୁ ଦୂରେଇ ରହିବାକୁ ସତର୍କ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe