ପ୍ରତିରକ୍ଷା ମନ୍ତ୍ରାଳୟ କଲା ନୂଆ ଯୋଜନା: ଭାରତ ବନ୍ଧୁକରେ ଘାଇଲା ହେବ ପାକିସ୍ତାନ ସେନା

ପଞ୍ଜାବ ସୀମା ଉପରେ ପାକିସ୍ତାନର ନଜର, ୧୦-୧୫ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ

ଗତ କିଛି ଦିନ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ସୀମାରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ, ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନକୁ ଦୃଷ୍ଟିରେ ରଖି ସେନାବାହିନୀକୁ ଆହୁରି ଶକ୍ତିଶାଳୀ କରୁଛି ଭାରତ। ପାକିସ୍ତାନକୁ ପାନେ ଦବା ପାଇଁ ଭାରତ ଏବେ ନୂଆ ରଣନୀତି ଆପଣାଇଛି। ଭାରତୀୟ ସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ନିଷ୍ପତି ନେଇଛନ୍ତି ଭାରତ ସରକାର। ଆଉ ଏଥିପାଇଁ ମୋଟ ୧୫,୯୩୫ କୋଟି ଟଙ୍କା ମଞ୍ଜୁର କରିଛି ପ୍ରତିରକ୍ଷା ମନ୍ତ୍ରାଳୟ। ଏହି ବଜେଟରେ ସେନା ୭.୪୦ ଲକ୍ଷ ଆସୋଲ୍‌ଟ ଓ ୫ ହଜାର ୭୧୯ଟି ସ୍ନାଇପର ରାଇଫଲ କିଣିବାକୁ ନିଷ୍ପତ୍ତି ନେଇଛି।

publive-image

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଭାରତ ସେନା ଯେତିକି ରାଇଫଲ କିଣିବାକୁ ଯାଉଛି ପାକିସ୍ତାନର ଆର୍ମି, ନୌସେନା ଓ ବାୟୁସେନାର ସୈନିକକଙ୍କ ସଂଖ୍ୟା ମଧ୍ୟ ତାହାଠାରୁ କମ। ଏବେ ପାକିସ୍ତାନର ଆର୍ମି, ନୌସେନା ଓ ବାୟୁସେନାର ମୋଟ ସୈନିକଙ୍କ ସଂଖ୍ୟା ହେଉଛି ୬ ଲକ୍ଷ ୧୭ ହଜାର। ତେଣୁ ଏହି ହିସାବରେ ଦେଖିବାକୁ ଗଲେ ପାକିସ୍ତାନର ପ୍ରତି ସୈନିକଙ୍କ ପିଛା ଭାରତ ହାରାହାରି ୧.୨୦ଟି ବନ୍ଧୁକ କିଣିବାକୁ ଯାଉଛି। ଦୀର୍ଘଦିନ ପରେ ପ୍ରତିରକ୍ଷା ମନ୍ତ୍ରାଳୟ ଏତେ ସଂଖ୍ୟକ ଅସ୍ତ୍ରଶସ୍ତ୍ର କିଣିବାକୁ ଯାଉଛି। ଆଉ ଭାରତର ଏହି ପଦକ୍ଷେପ ପାକିସ୍ତାନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଅସୋଲ୍‌ଟ ରାଇଫଲ : ୭.୪ ଲକ୍ଷ ଅସୋଲ୍‌ଟ ରାଇଫଲ କିଣିବା ପାଇଁ ମୋଟ ୧୨,୨୮୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହାକୁ ଭାରତରେ ର୍ନିମାଣ କରିବାକୁ ସ୍ଥିର କରାଯାଇଛି।
ସ୍ନାଇପର ରାଇଫଲ : ଭାରତୀୟ ଆର୍ମି ଓ ବାୟୁସେନା ପାଇଁ ସ୍ନାଇପର ରାଇଫଲ କିଣିବା ପାଇଁ ୯୮୨କୋଟି ଟଙ୍କା ବଜେଟ କରାଯାଇଛି। ଏହି ବଜେଟରେ ୫,୭୧୯ଟି ବନ୍ଧୁକ କିଣିବାକୁ ଯୋଜନା ରଖିଛି ପ୍ରତିରକ୍ଷା ମନ୍ତ୍ରାଳୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe