ସେନାର ପ୍ରତିଶୋଧ ପରେ ସ୍ବାମୀଙ୍କୁ ହରାଇଥିବା ମହିଳା କହିଲେ ‘ତାଙ୍କ ଆତ୍ମା ଶାନ୍ତି ହୋଇଛି’

Advertisment

ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ପାକିସ୍ତାନ ଏବଂ ପିଓକେ ଉପରେ ଏୟାର ଷ୍ଟ୍ରାଇକ୍ କରି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ସେନା, ନୌସେନା ଏବଂ ବାୟୁସେନାର ଏହି କାର୍ଯ୍ୟାନୁଷ୍ଠାନରେ, ୯ଟି ଲକ୍ଷ୍ୟସ୍ଥଳ ଉପରେ ଏୟାର ଷ୍ଟ୍ରାଇକ୍  କରାଯାଇଛି।

ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ପାକିସ୍ତାନ ଏବଂ ପିଓକେ ଉପରେ ଏୟାର ଷ୍ଟ୍ରାଇକ୍ କରି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ସେନା, ନୌସେନା ଏବଂ ବାୟୁସେନାର ଏହି କାର୍ଯ୍ୟାନୁଷ୍ଠାନରେ, ୯ଟି ଲକ୍ଷ୍ୟସ୍ଥଳ ଉପରେ ଏୟାର ଷ୍ଟ୍ରାଇକ୍  କରାଯାଇଛି।

ୁିୁରସୗ୍ତରୂ

ନୂଆଦିଲ୍ଲୀ:ଙ୍ଗଳବାର ବିଳମ୍ବିତ ରାତିରେ ଭାରତ ପାକିସ୍ତାନ ଏବଂ ପିଓକେ ଉପରେ ଏୟାର ଷ୍ଟ୍ରାଇକ୍ କରି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ସେନା, ନୌସେନା ଏବଂ ବାୟୁସେନାର ଏହି କାର୍ଯ୍ୟାନୁଷ୍ଠାନରେ, ୯ଟି ଲକ୍ଷ୍ୟସ୍ଥଳ ଉପରେ ଏୟାର ଷ୍ଟ୍ରାଇକ୍  କରାଯାଇଛି।

ସେନାର ଏହି କାର୍ଯ୍ୟାନୁଷ୍ଠାନରେ ଖୁସି ବ୍ୟକ୍ତ କରିଛନ୍ତି ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଜୀବନ ହରାଇଥିବା ଶୁଭମ୍‌ ଦ୍ବିବେଦୀଙ୍କ ପତ୍ନୀ। ସେ ଗଣମାଧ୍ୟମରେ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି, ‘‘ମୋର ବିଶ୍ବାସ ଥିଲା ଯେ ଭାରତୀୟ ସେନା କିଛି ନିଶ୍ଚୟ କରିବ। ମୋ ବିଶ୍ବାସ ପୂରା ହୋଇଛି। ମୋ ସ୍ବାମୀ ଆଜି ଯେଉଁଠ ବି ଥିବେ ତାଙ୍କ ଆତ୍ମା ଶାନ୍ତି ହେଉଥିବ।’’

ତେବେ ଆକ୍ରମଣକୁ ନେଇ ପାକିସ୍ତାନୀ ଅଧିକାରୀମାନେ ମିଥ୍ୟା ଦାବି କରିଛନ୍ତି ଯେ, ସେମାନେ ଭାରତୀୟ ବିମାନକୁ ଗୁଳି କରି ଖସାଇ ଦେଇଛନ୍ତି ଏବଂ କିଛି ସୈନିକଙ୍କୁ ବନ୍ଦୀ କରି ନେଇଛନ୍ତି। ପାକିସ୍ତାନର ସୂଚନା ମନ୍ତ୍ରୀ ଦାବି କରିଛନ୍ତି, କ୍ଷେପଣାସ୍ତ୍ର ଆକ୍ରମଣର ଜବାବରେ ପାକିସ୍ତାନ ଦୁଇଟି ଭାରତୀୟ ଯୁଦ୍ଧ ବିମାନକୁ ଖସାଇ ଦେଇଛି।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି, ଆମେ ଅତି କମରେ ପାଞ୍ଚଟି ଭାରତୀୟ ବିମାନକୁ ଖସାଇ ଦେଇଛୁ। ଯଦି ଏହି ଶତ୍ରୁତାପୂର୍ଣ୍ଣ କାର୍ଯ୍ୟ ବନ୍ଦ ହେବ, ତେବେ ଆମେ ନିଶ୍ଚିତ ଭାବରେ ଭାରତ ସହିତ ଆପୋଷ ଆଲୋଚନା କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe