Image Courtesy of NDTV
ନାଗପୁର: ଏକା ସମୟରେ କ୍ରିକେଟ୍ ଖେଳ ଓ ଆତଙ୍କବାଦ ଖେଳ ଖେଳାଯାଇ ପାରୁ ନ ଥିବାରୁ ରବିବାର ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ‘ଟି-୨୦ ବିଶ୍ୱକପ୍ ମ୍ୟାଚ୍’ ଜାତୀୟ ସ୍ୱାର୍ଥ ଏବଂ ରାଷ୍ଟ୍ରଧର୍ମ ବିରୋଧୀ ବୋଲି ଶନିବାର ଦିନ ଯୋଗ ଗୁରୁ ରାମଦେବ କହିଛନ୍ତି।
ନାଗପୁର ବିମାନ ବନ୍ଦରରେ ସାମ୍ବାଦିକମାନଙ୍କ ସହ ଆଳାପ ବେଳେ ରାମଦେବ ଆହୁରି ମଧ୍ୟ କହିଛନ୍ତି, ବଲିଉଡ୍ର ନିଶାସକ୍ତତା ଭାରତର ତରୁଣ ପିଢ଼ିଙ୍କ ପ୍ରତି ଖୁବ୍ ବିପଜ୍ଜନକ। ନିଶାସକ୍ତତା ବା ‘ଡ୍ରଗ୍ ଆଡିକ୍ସନ୍’କୁ ଯେଭଳି ଲୋଭନୀୟ କରାଯାଉଛି ଏବଂ ଲୋକେ ‘ରୋଲ୍ ମଡେଲ୍, ‘ଆଇଡିଆଲ୍’ ବା ‘ଆଇକନ୍’ (ଆଦର୍ଶ) ବିଚାରୁଥିବା ସେଲିବ୍ରିଟିମାନେ ଜଡ଼ିତଥିବା ଏହି ଷଡ଼ଯନ୍ତ୍ର ଜନତାଙ୍କୁ ମନ୍ଦ ପ୍ରେରଣା ଦେଉଛି। ଚଳଚ୍ଚିତ୍ର ଶିଳ୍ପ ଏହି ବିଶୃଙ୍ଖଳାକୁ ଦୂର କରିବା ଉଚିତ।
Image Courtesy of Deccan Heraldନିୟନ୍ତ୍ରଣ ରେଖାରେ ଉତ୍ତେଜନା ଚାଲିଥିବା ବେଳେ ରବିବାର ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ଖେଳ କଥା ପଚରାଯିବାରୁ ରାମଦେବ କହିଲେ, ମୋର ମନେହୁଏ ଏଭଳି ପରିସ୍ଥିତିରେ କ୍ରିକେଟ୍ ଖେଳ ‘ରାଷ୍ଟ୍ରଧର୍ମ’ ବିରୋଧୀ, ରାଷ୍ଟ୍ରର ସ୍ୱାର୍ଥ ପାଇଁ ନୁହେଁ।
କଳାଟଙ୍କା ଇନ୍ଧନ ଦର ହ୍ରାସ କରାଇବ ବୋଲି ଦେଇଥିବା ମନ୍ତବ୍ୟ ପ୍ରସଙ୍ଗରେ ପଚରାଯିବାରୁ ରାମଦେବ କହିଲେ, ଅଶୋଧିତ ତୈଳ ଦର ଏବଂ ପ୍ରସ୍ତାବିତ ଟିକସ ହ୍ରାସ ଅନୁସାରେ ପେଟ୍ରୋଲ୍ ଦର ନିର୍ଦ୍ଧାରଣ ହେଉ ବୋଲି ସେ ମତ ଦେଇଥିଲେ।
ସେ କହିଲେ, ଜାତୀୟ ସ୍ୱାର୍ଥବିଜଡ଼ିତ ଜନମଙ୍ଗଳ ଯୋଜନା ଚାଲୁ ରଖିବାକୁ ପଡୁଥିବାରୁ ସରକାରଙ୍କୁ ବହୁ ଆର୍ଥିକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିବ। ଏହି କାରଣରୁ ସରକାର ଟିକସ ହ୍ରାସ କରି ପାରୁନାହାନ୍ତି। ସେ ଯାହାହେଉ ଦିନେ ନା ଦିନେ ସ୍ୱପ୍ନ ସାକାର ହେବ।
Follow Us