ନୂଆଦିଲ୍ଲୀ: ଯେଉଁଠି ଯୁଦ୍ଧ ଉଗ୍ର ରୂପ ନିଏ ଆଉ ଯୁଦ୍ଧର ଭୟାବହ ପରିସ୍ଥିତିରେ ସାରା ବିଶ୍ବ ଚିନ୍ତିତ ହୋଇପଡେ । ସେତେବେଳେ ଖୋଜା ପଡନ୍ତି ଆମେରିକାର ରାଷ୍ଟ୍ରପତି । ଯେତେବଡ ଯୁଦ୍ଧ ସ୍ଥିତି ଥାଉନା କାହିଁକି ଚୁଟକିରେ ମଧ୍ୟସ୍ଥତା କରି ଯୁଦ୍ଧ ବନ୍ଦ କରି ଦିଅନ୍ତି ଆଉ ଯୁଦ୍ଧ ଲଢୁଥିବା ଦେଶରେ ଶାନ୍ତି ଆଣନ୍ତି । ତେଣୁ ଟ୍ରମ୍ପଙ୍କୁ କେହି କେହି ମିଡିଲ୍ ମ୍ୟାନ୍ ବୋଲି ବି ଡାକନ୍ତି ।

Advertisment

ସେ ଭାରତ-ପାକିସ୍ତାନ ଯୁଦ୍ଧ ହେଉ କି ଇରାନ-ଇସ୍ରାଏଲ ଯୁଦ୍ଧ । ସର୍ବିଆ ଏବଂ କୋସୋଭୋ ମଧ୍ୟରେ ଯୁଦ୍ଧ ହେଉ କି ମିଶର ଏବଂ ଇଥିଓପିଆ ମଧ୍ୟରେ ଯୁଦ୍ଧ । ସବୁଠି ଟ୍ରମ୍ପ୍ ନିଜର ମଧ୍ୟସ୍ଥତା ବଳରେ ଯୁଦ୍ଧ ବନ୍ଦ କରି ଶାନ୍ତି ଫେରାଇ ଆଣିବା ପାଇଁ ଚେଷ୍ଟା କରିଛନ୍ତି ।

ନିକଟରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ମଧ୍ୟ ଟ୍ରମ୍ପ ମଧ୍ୟସ୍ଥତା କରି ବନ୍ଦ କରିଥିଲେ । ପହଲଗାମ୍ ଆତଙ୍କୀ ହମଲା ପରେ ଭାରତ ବଦଲା ନେବାକୁ ଯାଇ ପାକିସ୍ତାନ ଉପରେ ଏବଂ ପାକିସ୍ତାନରେ ରହୁଥିବା ଆତଙ୍କୀଙ୍କ ଉପରେ ଅପରେସନ୍ ସିନ୍ଦୂର ମାଧ୍ୟମରେ ଆକ୍ରମଣ କରି ପାକିସ୍ତାନର ଛାତିକୁ ଦୋହଲାଇ ଦେଇଥିଲା । ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ବଡ଼ ଯୁଦ୍ଧ ସ୍ଥିତି ଉପୁଜିଥିଲା । ୩ ଦିନ ଧରି ଦୁଇ ଦେଶ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ମାତ୍ର ଟ୍ରମ୍ପଙ୍କ ପାଇଁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେଲା । ଟ୍ରମ୍ପ ମଧ୍ୟସ୍ଥତା କରିବା ପରେ ମେ ୧୦ ତାରିଖରେ ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିଲା । ଜଳ- ସ୍ଥଳ- ଆକାଶରେ କୌଣସି ଆକ୍ସନ ନହେବାକୁ ସର୍ତ୍ତ ରହିଲା । ଟ୍ରମ୍ପ୍ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିଥିବା ନେଇ ବିଭିନ୍ନ ସମୟରେ କହି ବାଃ ବାଃ ମଧ୍ୟ ନେଇଛନ୍ତି ।

ସେହିପରି ଏବେ ଇରାନ-ଇସ୍ରାଏଲ ମଧ୍ୟରେ ଉପୁଜିଥିବା ଯୁଦ୍ଧକୁ ଟ୍ରମ୍ପ ହିଁ ବନ୍ଦ କରିଛନ୍ତି । ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ ବନ୍ଦ ହୋଇଛି ୧୨ ଦିନ ଧରି ଚାଲିଥିବା ଯୁଦ୍ଧ । ଟ୍ରମ୍ପ ଟୁଇଟ କରି ଯୁଦ୍ଧ ବିରତି ନେଇ ଘୋଷଣା କରିଥିବା ବେଳେ ସେ ଲେଖିଛନ୍ତି- ଇରାନ- ଇସ୍ରାଏଲ ମୋ ପାଖକୁ ଆସି ଶାନ୍ତି କଥା କହିଥିଲେ ଆଉ ମୁଁ ବୁଝିଗଲି ଯେ ସେ ସମୟ ଏବେ ଉପନୀତ । ଭବିଷ୍ୟତରେ ଦୁଇ ଦେଶରେ ପ୍ରେମ, ଶାନ୍ତି, ସମୃଦ୍ଧି ଆସିବ । ସେମାନଙ୍କୁ ଭଗବାନ ସାହା ହୁଅନ୍ତୁ । ତେବେ ଟ୍ରମ୍ପ ପୁଣି ଥରେ ଟୁଇଟ୍ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । କହିଛନ୍ତି- ଦୟାକରି କେହି ଅସ୍ତ୍ର ବିରତି ଉଲ୍ଲଂଘନ ନକରନ୍ତୁ ।

ଅଧିକ ପଢନ୍ତୁ-

ଡରିଗଲେ କି ଡୋନାଲ୍ଡ ? ଯୁଦ୍ଧ ବିରତି ପରେ ଟ୍ରମ୍ପଙ୍କୁ ନେଇ ବଡ଼ ବୟାନ ଦେଲା ଇରାନ

ସେପଟେ ଟ୍ରମ୍ପ ବିଭିନ୍ନ ଦେଶର ମଧ୍ୟରେ ଯୁଦ୍ଧ ବନ୍ଦ କରୁଥିବାରୁ ତାଙ୍କୁ ୨୦୨୬ ପାଇଁ ନୋବେଲ ଶାନ୍ତି ପୁରସ୍କାର ମିଳୁ ବୋଲି ପାକିସ୍ତାନ କହିଛି । ବିଭିନ୍ନ ଦେଶର ଯୁଦ୍ଧ ପରିସ୍ଥିତି ମଧ୍ୟରେ ଟ୍ରମ୍ପ ଶାନ୍ତି ଫେରାଇ ଆଣୁଥିବାରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଦାବି କରିଛି ପାକିସ୍ତାନ । ପାକିସ୍ତାନ ଟ୍ରମ୍ପକୁ ଏଭଳି କହି ପ୍ରଶଂସା କରିଥିବା ବେଳେ ଟ୍ରମ୍ପଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା । ଯଦିଓ ପାକିସ୍ତାନ ପ୍ରତି ଟ୍ରମ୍ପଙ୍କର ଅହେତୁକ ଭଲପାଇବା ଥିବା ସେ ସ୍ବୀକାର କରିଛନ୍ତି । ଆଉ ଏପରି ସ୍ଥିତିରେ ନୋବେଲ ପୁରସ୍କାରର କଥା ପାକିସ୍ତାନ କହିଥିବା ବେଳେ ଟ୍ରମ୍ପ କିନ୍ତୁ ଉପରେ ଉପରେ ପୁରସ୍କାରକୁ ମନା କରି ଭିତରେ ହଁ ଭରିଛନ୍ତି ବୋଲି କୁହାଯାଉଛି ।