ଭାରତ-ପାକିସ୍ତାନ ଉପରେ ୨୪ଘଣ୍ଟା ଆମର ନଜର ରହିଛି: ଆମେରିକାର ବୈଦେଶିକ ସଚିବ

ଭାରତ-ପାକିସ୍ତାନ ମଧ୍ୟରେ ଯେକୌଣସି ସମୟରେ ଯୁଦ୍ଧ ହୋଇପାରେ। ଆମେରିକା ଏହି ଦୁଇ ଦେଶ ଉପରେ କଡ଼ା ନଜର ରଖିଛି। ଏବେ ଏଭଳି କହିଛନ୍ତି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ।

t

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଯେକୌଣସି ସମୟରେ ଯୁଦ୍ଧ ହୋଇପାରେ। ଆମେରିକା ଏହି ଦୁଇ ଦେଶ ଉପରେ କଡ଼ା ନଜର ରଖିଛି। ଏବେ ଏଭଳି କହିଛନ୍ତି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ। ସେ କହିଛନ୍ତି ଯେ, ଆମେରିକା ଭାରତ-ପାକିସ୍ତାନ ପରିସ୍ଥିତି ଉପରେ ନଜର ରଖିଛି। ଏଭଳି କହି ସେ ପୁଣି ଥରେ ଦୋହରାଇଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଏସୀୟ ପଡ଼ୋଶୀଙ୍କ ମଧ୍ୟରେ ପରମାଣୁ ଉତ୍ତେଜନା ହ୍ରାସ କରିବା ପାଇଁ ଦିନରାତି ଏକ କରିଛନ୍ତି। 

ଏକ ସାକ୍ଷାତକାରରେ ରୁବିଓ କହିଛନ୍ତି ଯେ, ଯୁଦ୍ଧବିରତି ଚୁକ୍ତିନାମାକୁ ବଜାୟ ରଖିବା ଏକ ଚ୍ୟାଲେଞ୍ଜ। ଭାରତ-ପାକିସ୍ତାନ ମଧ୍ୟରେ ଏବେ ଯୁଦ୍ଧବିରତି ଚାଲିଛି। ହେଲେ ଏହା କେତେବେଳେ ବି ଭାଙ୍ଗି ଯାଇପାରେ। ଦୁଇ ଦେଶ କେ‌ତେବେଳେ ବି ଯୁଦ୍ଧ କରିପାରନ୍ତି।

ତାଙ୍କ କହିବା ମୁତାବକ, "ଅସ୍ତ୍ରବିରତିର ଏକମାତ୍ର ଉପାୟ ହେଉଛି ଉଭୟ ପକ୍ଷ ପରସ୍ପର ଉପରେ ଗୁଳିଚାଳନା ବନ୍ଦ କରିବାକୁ ରାଜି ହେବା। ଏବଂ ରୁଷ ଏଥିରେ ରାଜି ହୋଇନାହିଁ। ଏହା ବ୍ୟତୀତ, ମୁଁ କହିବି ଯେ ଅସ୍ତ୍ରବିରତିର ଏକ ଜଟିଳତା ହେଉଛି ଏହାକୁ ବଜାୟ ରଖିବା, ଯାହା ବହୁତ କଷ୍ଟକର। ମୁଁ କହିବାକୁ ଚାହୁଁଛି, ପ୍ରତ୍ୟେକ ଦିନ ଆମେ ପାକିସ୍ତାନ ଏବଂ ଭାରତ ମଧ୍ୟରେ କ'ଣ ଘଟୁଛି, କାମ୍ବୋଡିଆ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ କ'ଣ ଘଟୁଛି ତାହା ଉପରେ ନଜର ରଖିଛୁ।"

ଅନ୍ୟ ଏକ ସାକ୍ଷାତକାରରେ ରୁବିଓ କହିଛନ୍ତି ଯେ, "ମୁଁ ଭାବୁଛି ଆମେ ବହୁତ ଭାଗ୍ୟବାନ ଏବଂ ଧନ୍ୟ ଯେ, ଆମେ ଏପରି ଜଣେ ରାଷ୍ଟ୍ରପତିଙ୍କୁ ପାଇଛୁ ଯିଏ ଶାନ୍ତି ହାସଲକୁ ତାଙ୍କ ପ୍ରଶାସନରେ ପ୍ରାଥମିକତା ଦେଇଛନ୍ତି। ଆମେ ଏହା କମ୍ବୋଡିଆ ଏବଂ ଥାଇଲ୍ୟାଣ୍ଡରେ ଦେଖିଛୁ। ଆମେ ଏହା ଭାରତ-ପାକିସ୍ତାନରେ ଦେଖିଛୁ। ଆମେ ଏହା ରୱାଣ୍ଡା ଏବଂ ଡିଆରସିରେ ଦେଖିଛୁ। ଆଗକୁ ଆମେ ବିଶ୍ୱରେ ଶାନ୍ତି ଆଣିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିବୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe