‘ଇଣ୍ଡିଆ’ ମେଣ୍ଟର ବଡ଼ ନିଷ୍ପତ୍ତି: ଦେଶର ୧୪ ଲୋକପ୍ରିୟ ନ୍ୟୁଜ ଆଙ୍କରଙ୍କ ସୋ’କୁ ପ୍ରତିନିଧି ପଠାଇବ ନାହିଁ

Advertisment
‘ଇଣ୍ଡିଆ’ ମେଣ୍ଟର ବଡ଼ ନିଷ୍ପତ୍ତି: ଦେଶର ୧୪ ଲୋକପ୍ରିୟ ନ୍ୟୁଜ ଆଙ୍କରଙ୍କ ସୋ’କୁ ପ୍ରତିନିଧି ପଠାଇବ ନାହିଁ

Mint

ନୂଆଦିଲ୍ଲୀ:  ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ଆଜି ଏକ ବଡ଼ ଘୋଷଣା କରାଯାଇଛି। ଜାତୀୟସ୍ତରରେ ଜଣାଶୁଣା ୧୪ ଜଣ ନ୍ୟୁଜ ଆଙ୍କରଙ୍କ ସୋ’କୁ ମେଣ୍ଟରେ ସାମିଲ ଦଳଗୁଡ଼ିକ ପକ୍ଷରୁ ପ୍ରତିନିଧି ପଠାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ କଂଗ୍ରେସ ନେତା ପବନ ଖେରା ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଇଣ୍ଡିଆ ମେଣ୍ଟର ମିଡିଆ କମିଟି ଏକ ବୈଠକରେ ଏହି ନିଷ୍ପତ୍ତି ନେଇଥିବା ସେ ଜଣାଇଛନ୍ତି।

ଘୋଷଣା ଅନୁସାରେ,  ଆଦିତି ତ୍ୟାଗୀ (ଭାରତ ଏକ୍ସପ୍ରେସ୍), ଅମନ ଚୋପ୍ରା(ନ୍ୟୁଜ ୧୮), ଅମିଷ ଦେବଗନ୍(ନ୍ୟୁଜ ୧୮), ଆନନ୍ଦ ନରସିଂମା(ନ୍ୟୁଜ ୧୮), ଅର୍ଣ୍ଣବ ଗୋସ୍ୱାମୀ(ରିପବ୍ଲିକ ଟିଭି), ଅଶୋକ ଶ୍ରୀବାସ୍ତବ(ଡିଡି ନ୍ୟୁଜ), ଚିତ୍ରା ତ୍ରିପାଠୀ(ଆଜତକ୍), ଗୌରବ ସାୱନ୍ତ( ଇଣ୍ଡିଆ ଟୁଡେ), ନାବିକା କୁମାର(ଟାଇମ୍ସ ନାଓ), ପ୍ରାଚୀ ପାରାଶର(ଇଣ୍ତିଆ ଟିଭି), ରୁବିକା ଲିୟାକତ(ଭାରତ ୨୪), ଶିବ ଅରୁର(ଇଣ୍ତିଆ ଟୁଡେ), ସୁଧୀର ଚୌଧୁରୀ(ଆଜତକ୍) ଓ  ସୁଶାନ୍ତ ସିହ୍ନା(ଟାଇମ୍ସ ନାଓ ନବଭାରତ)ଙ୍କ ପରିଚାଳିତ ସୋ’ କିମ୍ବା କୌଣସି ଇଭେଣ୍ଟକୁ ପ୍ରତିନିଧି ପଠାଯିବ ନାହିଁ ବୋଲି ଇଣ୍ଡିଆ ମେଣ୍ଟ ପ୍ରକାଶ କରିଛି।

ଏହି ଆଙ୍କରମାନେ ନିଜ ନ୍ୟୁଜ ସୋ ଓ ଅନ୍ୟ କାର୍ଯ୍ୟକ୍ରମରେ  ବିରୋଧୀ ଦଳର ନେତାମାନଙ୍କୁ ଭାଗନେବା ଲାଗି ଡାକୁଥିଲେ ହେଁ କହିବାକୁ ସୁଯୋଗ ଦେଉ ନାହାନ୍ତି। ସେମାନେ ସରକାରୀ ଦଳର ସଦସ୍ୟଙ୍କୁ ପ୍ରଶ୍ନ କରିବା ପରିବର୍ତ୍ତେ ବିରୋଧୀଙ୍କୁ ପ୍ରଶ୍ନ କରୁଛନ୍ତି। ଏଭଳି କାରଣ ହେତୁ ଏହି ନ୍ୟୁଜ ଆଙ୍କରଙ୍କୁ ଏକପ୍ରକାରର ‘ବୟକଟ୍‘ କରିବାକୁ ବିରୋଧି ମେଣ୍ଟ ନିଷ୍ପତ୍ତି ନେଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe