Image Source: Hindustan Times
ନୂଆଦିଲ୍ଲୀ: ବୁଡ଼ାଜାହାଜରୁ ୫୦୦୦ କିଲୋମିଟର ଦୂରତା ମଧ୍ୟରେ ଲକ୍ଷଭେଦ କରିବା ଭଳି କ୍ଷେପଣାସ୍ତ୍ର ନିର୍ମାଣ ନିମନ୍ତେ ‘ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ (ଡିଆର୍ଡିଓ) ଯୋଜନା କରୁଥିବା କଥା ବରିଷ୍ଠ ଅଧିକାରୀମାନେ କହିଛନ୍ତି। ଏହି କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରି ହେଉଥିବା ଅଗ୍ନି-୫ କ୍ଷେପଣାସ୍ତ୍ର ସମକକ୍ଷ ହେବ।
ବୁଡ଼ାଜାହାଜରୁ ୫୦୦୦ କି. ମି. ଦୂରକୁ ଲକ୍ଷଭେଦ କରିପାରୁଥିବା ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରରେ ‘କେ-ସିରିଜ୍’ ମାର୍କା ଓ୍ଵାର୍ହେଡ୍ ବ୍ୟବହାର ହେବ। ସମଗ୍ର ଏସିଆ, ଆଫ୍ରିକାର କେତେକ ଅଂଶ, ଇଉରୋପ ଏବଂ ଦକ୍ଷିଣ ଚୀନ୍ ସାଗର ସମେତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ମଧ୍ୟକୁ ଏହି କ୍ଷେପଣାସ୍ତ୍ର ଲକ୍ଷଭେଦ କରିପାରିବ।
Image Source: Indian Defence Research Wingଗୋଟିଏ ସପ୍ତାହରେ ଦୁଇ ଥର ପରୀକ୍ଷା କରାଯାଇଥିବା ୩୫୦୦ କିଲୋମିଟର ଦୂରଗାମୀ ‘କେ-୪’ କ୍ଷେପଣାସ୍ତ୍ର ପୂର୍ଣ୍ଣ ବିକଶିତ ହୋଇସାରିଛି ବୋଲି ସରକାରୀ ଅଧିକାରୀମାନେ କହୁଥିଲେ ମଧ୍ୟ ‘ଡିଆର୍ଡିଓ’ ସେ ବିଷୟରେ କୌଣସି ମନ୍ତବ୍ୟ ଦେଇନାହିଁ। ତିନି ମିଟର ଉଚ୍ଚ ‘କେ-୪’ କ୍ଷେପଣାସ୍ତ୍ର କଠିନ ଇନ୍ଧନରେ ଚାଲେ ଏବଂ ଏଥିରେ ଏକ ଟନ୍ ଓଜନର ପାରମାଣବିକ ଓ୍ଵାର୍ହେଡ୍ ଲାଗିଛି।
କିନ୍ତୁ, ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍ ଓ ଚୀନ୍ର ଆଣବିକ ବୁଡ଼ାଜାହାଜ ସମକକ୍ଷ ହେବାକୁ ‘ଡିଆର୍ଡିଓ’ ସମ୍ପ୍ରତି ୫୦୦୦ କିଲୋମିଟର୍ ଦୂର ଲକ୍ଷଭେଦୀ କ୍ଷେପଣାସ୍ତ୍ର ନିର୍ମାଣରେ ଧ୍ୟାନ ଦେଇଛି।
Follow Us