Image Source: Dharmakshetra
ନୂଆଦିଲ୍ଲୀ: ହାଓ୍ଵାଇ ଠାରେ ୩୦ ମିଟରବିଶିଷ୍ଟ ବିଶ୍ୱର ବୃହତ୍ତମ ଟେଲିସ୍କୋପ୍ ନିର୍ମାଣରେ ଭାରତ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ‘ଏଜ୍ ସେନ୍ସର୍’, ‘ମିରର୍’, ‘ଆକ୍ଚୁଏଟର୍ସ’ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ଛଡ଼ା ଭାରତ ଏଥିପାଇଁ ଗୋଟାଏ ‘ହାଇ ରିଜୋଲ୍ୟୁସନ୍ ଅପ୍ଟିକାଲ୍ ସ୍ପେକ୍ଟ୍ରୋମିଟର୍’ (ଏଚ୍ଆରଓଏସ୍) ମଧ୍ୟ ନିର୍ମାଣ କରୁଛି।
‘ସ୍ପେକ୍ଟ୍ରୋମିଟର୍’ ଆଲୋକ ତରଙ୍ଗ ସଂଗ୍ରହ କରେ ଏବଂ ଏହି ଆଲୋକ କେଉଁ ପଦାର୍ଥଦ୍ୱାରା ସୃଷ୍ଟି ହୋଇଛି, ତାହା ନିର୍ଦ୍ଧାରଣ କରିଥାଏ।
Image Source: The Times of Indiaଏହି ‘ଏଚ୍ଆର୍ଓଏସ୍’ ନିର୍ମାଣ ପାଇଁ ବ୍ୟୟ ହେବ ୪୩୫ କୋଟି ଟଙ୍କା। ଏହି ଅର୍ଥ ‘ଟିଏମ୍ଟି’ ପାଣ୍ଠିରୁ ଆସିବ। ଯୁକ୍ତରାଷ୍ଟ୍ର ଆମେରିକା, ଭାରତ, ଜାପାନ, କାନାଡା ଏବଂ ଚୀନ୍ ଆଦି ଦେଶରୁ ଅର୍ଥ ଆଦାୟ କରାଯାଇ ‘ଟିଏମ୍ଟି’ ପାଣ୍ଠିରେ ୧.୨ ବିଲିୟନ୍ ଆମେରିକୀୟ ଡଲାର ରଖାଯାଇଛି। ଏହା ବେଙ୍ଗାଲୁରୁସ୍ଥିତି ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ୍’ସ୍ଥିତ ‘ଟିଏମ୍ଟି’ କେନ୍ଦ୍ରରେ ନିର୍ମାଣ କରାଯିବ।
‘ମାଉଣ୍ଟ୍ ମୌନା କିଆ’ରେ ଚାଲିଥିବା ଏହି ‘ଟିଏମ୍ଟି’ ନିର୍ମାଣ କାମରେ ପାଞ୍ଚଟି ଦେଶର ବୈଜ୍ଞାନିକମାନେ ଅଂଶଗ୍ରହଣ କରିଛନ୍ତି। ସ୍ଥଳଭାଗର ଏହି ବୃହତ୍ତମ ତଥା ଶକ୍ତିଶାଳୀ ଟେଲିସ୍କୋପ୍ ୨୦୩୦ ସୁଦ୍ଧା କାର୍ଯ୍ୟକ୍ଷମ ହେବ।
Follow Us