୨୦୨୫ ଶେଷସୁଦ୍ଧା ୧୪୬ କୋଟି ଛୁଇଁବ ଭାରତର ଜନସଂଖ୍ୟା, କିନ୍ତୁ ଆଗକୁ ବିପଦ : ଜାତିସଂଘ

ଭାରତର ଜନସଂଖ୍ୟାରେ ଏକ ବଡ଼ ପରିବର୍ତ୍ତନ ଘଟୁଛି। ଜାତିସଂଘର ସଦ୍ୟତମ 'ଷ୍ଟେଟ୍ ଅଫ୍ ଦି ୱାର୍ଲ୍ଡ ପପୁଲେସନ୍ ରିପୋର୍ଟ ୨୦୨୫' ଏକ ଆଶ୍ଚର୍ୟ୍ୟଜନକ ତଥ୍ୟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୨୫ ଶେଷ ସୁଦ୍ଧା ଭାରତର ଜନସଂଖ୍ୟା ୧୪୬ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ଅଦ୍ୟତନ ହୋଇଛି
population

ନୂଆଦିଲ୍ଲୀ: ଭାରତର ଜନସଂଖ୍ୟାରେ ଏକ ବଡ଼ ପରିବର୍ତ୍ତନ ଘଟୁଛି। ଜାତିସଂଘର ସଦ୍ୟତମ 'ଷ୍ଟେଟ୍ ଅଫ୍ ଦି ୱାର୍ଲ୍ଡ ପପୁଲେସନ୍ ରିପୋର୍ଟ ୨୦୨୫' ଏକ ଆଶ୍ଚର୍ୟ୍ୟଜନକ ତଥ୍ୟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୨୫ ଶେଷ ସୁଦ୍ଧା ଭାରତର ଜନସଂଖ୍ୟା ୧୪୬ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। କିନ୍ତୁ ଚିନ୍ତାର କାରଣ ହେଉଛି ଭାରତର ମୋଟ ପ୍ରଜନନ ହାର ଏବେ 'ପ୍ରତିସ୍ଥାପନ ସ୍ତର' ତଳେ ପହଞ୍ଚିଛି। ଏହାର ଅର୍ଥ ହେଉଛି ଯେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ନୂତନ ଜନ୍ମଗ୍ରହଣ କରୁଥିବା ଲୋକଙ୍କ ସଂଖ୍ୟା ଠାରୁ ଅଧିକ ରହିଛି । 

କିନ୍ତୁ ଚିନ୍ତାର କଥା ହେଉଛି ଦେଶର ମୋଟ ପ୍ରଜନନ ହାର ଏବେ ୧.୯କୁ ହ୍ରାସ ପାଇଛି, ଯେତେବେଳେ ଏକ ସ୍ଥିର ଜନସଂଖ୍ୟା ପାଇଁ ଏହା ଅତି କମରେ ୨.୧ ହେବା ଉଚିତ। ଏହା ସ୍ପଷ୍ଟ ଯେ ଭାରତରେ ବର୍ତ୍ତମାନ ମହିଳାମାନେ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ଜନସଂଖ୍ୟା ସ୍ଥିର ରଖିବା ପାଇଁ ଆବଶ୍ୟକତାଠାରୁ କମ୍ ସନ୍ତାନ ଜନ୍ମ ଦେଉଛନ୍ତି।

 କିନ୍ତୁ ଚିନ୍ତାର କଥା ହେଉଛି ଦେଶର ମୋଟ ପ୍ରଜନନ ହାର ଏବେ ୧.୯କୁ ହ୍ରାସ ପାଇଛି, ଯେତେବେଳେ ଏକ ସ୍ଥିର ଜନସଂଖ୍ୟା ପାଇଁ ଏହା ଅତି କମରେ ୨.୧ ହେବା ଉଚିତ। ଏହା ସ୍ପଷ୍ଟ ଯେ ଭାରତରେ ବର୍ତ୍ତମାନ ମହିଳାମାନେ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ଜନସଂଖ୍ୟା ସ୍ଥିର ରଖିବା ପାଇଁ ଆବଶ୍ୟକତାଠାରୁ କମ୍ ସନ୍ତାନ ଜନ୍ମ ଦେଉଛନ୍ତି। ଏପରି ସ୍ଥିତି ଜାରି ରହିଲେ ଆଗକୁ ଦେଶ ପାଇଁ ଏକ ଚିନ୍ତାଜନକ ସମୟ ଆସୁଛି ବୋଲି କୁହାଯାଇପାରେ । କାରଣ ଦେଶରେ ଯୁବଜନସଂଖ୍ୟା ତୁଳନାରେ ବୟସ୍କ ଜନସଂଖ୍ୟା ବଢିବ । ଏହା ଦ୍ବାରା ସାମଗ୍ରୀକଭାବେ ଦେଶର ଉତ୍ପାଦକତା ହ୍ରାସ ପାଇବ । ରିପୋର୍ଟରେ କୁହାଯାଇଛି ଯେ ଏବେ ଦେଶର ୧୫ରୁ ୬୪ ବର୍ଷ ବୟସ୍କ ଜନସଂଖ୍ୟା ( କାମ କରୁଥିବା ଜନସଂଖ୍ୟା) ମୋଟ ଜନସଂଖ୍ୟାର ୬୮ ବର୍ଷ ରହିଛି । କିନ୍ତୁ ଆଗାମୀ ୨-୩ ଦଶକରେ ଅର୍ଥାତ ୨୦୫୦ ସୁଦ୍ଧା ଦେଶରେ ପ୍ରୌଢ ଜନସଂଖ୍ୟା ଅଧିକ ହେବ । ଏହା ଦେଶରେ ଆର୍ଥିକ ଉତ୍ପାଦନକତା ଉପରେ ପଡ଼ିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe