ନୂଆଦିଲ୍ଲୀ : ଗତ କିଛି ଦିନ ହେଲା କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା ଯେ ରେଜିଷ୍ଟର୍ଡ ପୋଷ୍ଟ ବନ୍ଦ ହୋଇଯିବ । କିନ୍ତୁ ଏହି ଖବରକୁ ଖଣ୍ଡନ କରିଛି ଭାରତୀୟ ଡାକ ବା ଇଣ୍ଡିଆ ପୋଷ୍ଟ । ଡାକ ବିଭାଗ ପକ୍ଷରୁ କୁହାଯାଇଛି ଯେ ରେଜିଷ୍ଟର୍ଡ ପୋଷ୍ଟର ଆଧୁନିକୀକରଣ କରାଯାଇଛି ଓ ତାହାକୁ ସ୍ପିଡ୍ ପୋଷ୍ଟ ସହ ମିଶାଇ ଦିଆଯାଇଛି ।
ଏହି ନୂଆ ରୂପରେ ଗ୍ରାହକମାନେ ସ୍ପିଡ୍ ପୋଷ୍ଟର ଗତି ଏବଂ ବିଶ୍ୱସ୍ତତା ସହିତ ଏକ ପଞ୍ଜିକୃତ ପୋଷ୍ଟର ସମସ୍ତ ବୈଶିଷ୍ଟ୍ୟ ଉପଭୋଗ କରିପାରିବେ। ପତ୍ର ପ୍ରେରଣ ସେବାକୁ ଅଧିକ ଦକ୍ଷ ଓ ଆଧୁନିକ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଭାରତୀୟ ଡାକ କହିଛି ।
ଇଣ୍ଡିଆ ପୋଷ୍ଟର ଅଫିସିଆଲ୍ ଆକାଉଣ୍ଟରୁ ଏକ ଟ୍ୱିଟ୍ ମାଧ୍ୟମରେ ସ୍ପଷ୍ଟୀକରଣ ଦିଆଯାଇଛି, ଯେଉଁଥିରେ କୁହାଯାଇଛି, "ତଥ୍ୟ ଯାଞ୍ଚ: ପଞ୍ଜିକୃତ ପୋଷ୍ଟ ବନ୍ଦ କରାଯାଉନାହିଁ। ଇଣ୍ଡିଆ ପୋଷ୍ଟ ସ୍ପିଡ୍ ପୋଷ୍ଟ ସହିତ ମିଶ୍ରଣ କରି ସେବାକୁ ଅପଗ୍ରେଡ୍ କରିଛି। ଆମେ ଆଧୁନିକୀକରଣ କରୁଛୁ, ବନ୍ଦ କରୁନାହୁଁ।"
Follow Us