ଦର ବୃଦ୍ଧି ରୋକିବାକୁ ଗହମ ରପ୍ତାନି ଉପରେ ନିଷେଧାଦେଶ ଜାରି କଲା ଭାରତ

Advertisment
ଭାରତରୁ ଯାଇଥିବା ଗହମ ରପ୍ତାନି ଉପରେ ୟୁଏଇର କଟକଣା

Image Courtesy of India Today

ନୂଆଦିଲ୍ଲୀ: ଦେଶରେ ଗହମ ଦର ବୃଦ୍ଧି ରୋକିବା ଲାଗି ଭାରତ ବିଦେଶକୁ ଗହମ ରପ୍ତାନି ଉପରେ ନିଷେଧାଜ୍ଞା ଜାରି କରିଛି। ଏହି ନିଷେଧାଦେଶ ତତ୍‌କ୍ଷଣାତ୍‌ ଲାଗୁ କରାଯାଇଥିବା କଥା ଶୁକ୍ରବାର ରାତିରେ ପ୍ରକାଶିତ ବିଜ୍ଞପ୍ତିରେ ସରକାର କହିଛନ୍ତି।

କିନ୍ତୁ, ଏହି ନିଷେଧାଜ୍ଞା ଜାରି ପୂର୍ବରୁ ଗହମ ରପ୍ତାନି ନିମନ୍ତେ ଗୃହୀତ ହୋଇ ସାରିଥିବା ‘ଲେଟର୍ସ ଅଫ୍‌ କ୍ରେଡିଟ୍‌’ କ୍ଷେତ୍ରରେ ଲାଗୁ ହେବ ନାହିଁ ବୋଲି ସରକାର କହିଛନ୍ତି।

ଫେବ୍ରୁଆରି ମାସରେ ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିବା ପରଠାରୁ କୃଷ୍ଣ ସାଗର ଅଞ୍ଚଳରୁ ଗହମ ଆମଦାନି ସମ୍ଭବପର ନ ହେବାରୁ ବୈଶ୍ବିକ କ୍ରେତାମାନେ ଗହମ ଯୋଗାଣ ଲାଗି ଭାରତ ଉପରେ ନିର୍ଭର କରୁଥିଲେ।

publive-image Image Courtesy of NDTV

ଦେଶରେ ଗହମ ଓ ଗହମ ଉତ୍ପାଦଗୁଡ଼ିକର ଦର ୧୫%ରୁ ୨୦% ବୃଦ୍ଧି ପାଇଥିବା ବେଳେ ବିଶ୍ବ ବଜାରରେ ଗହମ ଦର ବିଗତ ୧୪ ବର୍ଷ ମଧ୍ୟରେ ସର୍ବାଧିକ ବୃଦ୍ଧି ପାଇଛି। ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିବା ହେତୁ ସୃଷ୍ଟି ହୋଇଥିବା ଗୋଳମାଳିଆ ଆନ୍ତର୍ଜାତିକ ପରିସ୍ଥିତି କାରଣରୁ ବିଶ୍ବବ୍ୟାପୀ ଗହମ ଦର ବୃଦ୍ଧି ପାଇଛି।

ଦେଶରେ ଗହମ ଦର ବୃଦ୍ଧି ପାଇବାର ମଧ୍ୟ କେତେକ କାରଣ ହେଉଛି ଆନ୍ତର୍ଜାତିକ ବଜାରରେ ଗହମର ମୂଲ୍ୟ ଓ ଇନ୍ଧନ ଦର ବୃଦ୍ଧି। ଏଥିଯୋଗୁଁ କେବଳ ଗହମ ନୁହେଁ ମକାର ଦର ମଧ୍ୟ ବୃଦ୍ଧି ପାଉଛି। ଉଲ୍ଲେଖଯୋଗ୍ୟ, ଦର ବୃଦ୍ଧି ପାଇବା ସହ ବିଶ୍ବ ବଜାରରେ ଗହମର ଚାହିଦା ମଧ୍ୟ ବୃଦ୍ଧି ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe