ଜାତିସଂଘରେ ଦାଉଦ୍‌ କଥା ଉଠାଇଲା ଭାରତ

ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ୨୫ ଲକ୍ଷ ପଠାଇଥିଲା ଦାଉଦ୍ : ଏନଆଇଏ

photo-indiatv

ନୂଆଦିଲ୍ଲୀ: ଜାତିସଂଘର ସୁରକ୍ଷା ପରିଷଦରେ ଏକ ଉଚ୍ଚସ୍ତରୀୟ ଆଲୋଚନା ବେଳେ ଭାରତ ଦୀର୍ଘ ବର୍ଷକ ପରେ ପୁଣି ଥରେ ମୋଷ୍ଟ୍‌ ୱାଣ୍ଡେଡ଼ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମ୍‌ ପ୍ରସଙ୍ଗ ଉଠାଇଛି। ଗତ ୬ ତାରିଖରେ ସୁରକ୍ଷା ପରିଷଦରେ ଅନ୍ତର୍ଜାତୀୟ ଆତଙ୍କବାଦ ଓ ସଂଗଠିତ ଅପରାଧ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଅବତାରଣା କରିବା ଅବସରରେ ଭାରତ ପକ୍ଷରୁ ଜାତିସଂଘ ଘୋଷିତ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମ୍‌କୁ ଏକ ଉଦାହରଣ ଭାବେ ଉତ୍ଥାପନ କରାଯାଇଥିଲା। ୧୯୯୩ର ମୁମ୍ବାଇ ବିସ୍ଫୋରଣ ସହିତ ଜଡ଼ିତ ଦାଉଦ୍‌ ସେବେଠାରୁ ପାକିସ୍ତାନରେ ଆତ୍ମଗୋପନ କରିଛି ବୋଲି ଭାରତ ଇସାରା କରିଥିଲା। ଏପରିକି ସେହି ଘଟଣାରେ ମୁମ୍ବାଇର ୨୫୦ ନିରୀହ ଲୋକଙ୍କ ମୃତ୍ୟୁ ତଥା କୋଟି କୋଟି ଡଲାରର ଧନସମ୍ପତ୍ତି ନଷ୍ଟର କାରଣ ସାଜିଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ପଡ଼ୋଶୀ ଦେଶ ଆଶ୍ରୟ ଦେଇଛି। ସୁତରାଂ ସୀମା ସେପାଖେ ପ୍ରାୟୋଜିତ ଆତଙ୍କବାଦର ଶିକାର ଭାରତ ହୋଇଚାଲିଛି ବୋଲି ଜାତିସଂଘରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଟି ଏସ୍‌ ତିରୁମୂର୍ତ୍ତି କହିଛନ୍ତି। ସୂଚନା ଥାଉ କି, ୨୦୧୯ ଜୁଲାଇରେ ଜାତିସଂଘ ସୁରକ୍ଷା ପରିଷଦରେ ଅନୁରୂପ ଆଲୋଚନା ବେଳେ ଭାରତ ଶେଷ ଥର ପାଇଁ ଦାଉଦ୍‌ କଥା ସେତେବେଳେ ଉଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe