୧୧୯ କ୍ଷୁଧାର୍ତ୍ତ ଦେଶ ତାଲିକାରେ ଭାରତର ସ୍ଥାନ ୧୦୦

୧୧୯ କ୍ଷୁଧାର୍ତ୍ତ ଦେଶ ତାଲିକାରେ ଭାରତର ସ୍ଥାନ ୧୦୦

Photo Courtesy of Free Press Journal

ନୂଆଦିଲ୍ଲୀ: ବିଶ୍ୱ କ୍ଷୁଧାର୍ତ୍ତ ସୂଚୀରେ ଅନ୍ତର୍ଭୁକ୍ତ ୧୧୯ଟି ବିକାଶାଳୀ ଦେଶମାନଙ୍କ ମଧ୍ୟରେ ଭାରତ ୧୦୦ ସ୍ଥାନରେ ରହିଛି। ଉତ୍ତର କୋରିଆ, ବାଂଲାଦେଶ ଏବଂ ଏପରିକି ଇରାକ୍‌ ଠାରୁ ମଧ୍ୟ ଭାରତର ସ୍ଥାନ ପଛକୁ ରହିଛି। କିନ୍ତୁ, ଭାରତ ପାକିସ୍ତାନ ଠାରୁ ଆଗରେ ରହିଛି ବୋଲି ରିପୋର୍ଟରେ କୁହାଯାଇଛି।

ଗତ ବର୍ଷ ଏହି ସୂଚୀରେ ଭାରତର ସ୍ଥାନ ଥିଲା ୯୭। ଶିଶୁ ଅପପୁଷ୍ଟି ଯୋଗୁଁ ଦେଶରେ ବୁଭୁକ୍ଷୁ ସମସ୍ୟା ସୃଷ୍ଟି ହେଉଥିବାରୁ ସାମାଜିକ କ୍ଷେତ୍ରରେ ଅଧିକ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ ଆବଶ୍ୟକ କରୁଛି ବୋଲି ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ ତା’ର ରିପୋର୍ଟରେ କହିଛି।
ସମଗ୍ର ଏସିଆରେ ବୁଭୁକ୍ଷୁ ତାଲିକାରେ ଭାରତ ପ୍ରଥମ ସ୍ଥାନରେ ରହିଛି। କେବଳ ଆଫଗାନିସ୍ତାନ ଏବଂ ପାକିସ୍ତାନର ସ୍ତର ଆହୁରି ବୋଲି ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ ଏକ ବିବୃତିରେ କହିଛି।

publive-image Photo Courtesy Down to the earth

ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନର ଦକ୍ଷିଣ ଏସୀୟ ନିର୍ଦେଶ ପି କେ ଯୋଶୀ କହନ୍ତି: ଭାରତରେ ପୋଷକତତ୍ତ୍ୱ କେନ୍ଦ୍ରିକ କାର୍ଯ୍ୟକ୍ରମ ଉପରେ ବିଶେଷ ଗୁରୁତ୍ୱ ଦିଆ ଯାଉଥିଲେ ମଧ୍ୟ ମରୁଡ଼ି ଏବଂ ପରିବହନ ଅବ୍ୟବସ୍ଥା କାରଣରୁ ୨୦୧୭ରେ ଅଧିକାଂଶ ଭାରତୀୟଙ୍କୁ କୁପୋଷଣରେ ସରବ୍ୟ କରାଇଛି।

ବିଶ୍ୱ କ୍ଷୁଧାର୍ତ୍ତ ସୂଚୀରେ ହୋଇଥିବା ବୃଦ୍ଧି ଦେଶର କ୍ଷୁଧାର୍ତ୍ତ ପରିସ୍ଥିତକୁ ସୂଚାଉଛି। ୩୧. ୪ରେ ଭାରତର ୨୦୧୭ ବିଶ୍ୱ କ୍ଷୁଧାର୍ତ୍ତ ସୂଚୀ ସ୍ଥାନ ରହିଛି ସାଙ୍ଘାତିକ ବର୍ଗରେ। ଦକ୍ଷିଣ ଏସିଆକୁ ଏ ବର୍ଷର ସବୁଠୁ ନିକୃଷ୍ଟ ପ୍ରଦର୍ଶନ ଅଞ୍ଚଳ ଭାବେ ପରିଗଣିତ କରାଇବାରେ ଏହା ମୁଖ୍ୟ କାରଣ ହୋଇଛି। ତା’ର ଠିକ୍‌ ପଛକୁ ଆଫ୍ରିକାର ଦକ୍ଷିଣରେ ଥିବା ସାହାରା ଅଛି ବୋଲି ରିପୋର୍ଟରେ କୁହାଯାଇଛି। ଭାରତର ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟରେ ଚୀନ୍‌ ସର୍ବୋଚ୍ଚ ସ୍ଥାନ ୨୯ରେ; ନେପାଳ ସ୍ଥାନିତ ହୋଇଛି ୭୨ରେ, ମିଅାଁମାର୍‌ ସ୍ଥାନ ୭୭ରେ, ଶ୍ରୀଲଙ୍କାର ସ୍ଥାନ ୮୪ରେ, ବାଂଲାଦେଶର ସ୍ଥାନ ୮୮ରେ, ପାକିସ୍ତାନର ସ୍ତାନ ୧୦୬ରେ ଏବଂ ଆଫଗାନୀସ୍ତାନ ରହିଛି ୧୦୭ରେ। ଉତ୍ତର କୋରିଆର ସ୍ଥାନ ହେଉଛି ୯୩ ଏବଂ ଇରାକ୍‌ ରହିଛି ୭୮ରେ। ଏଥର ଦ୍ୱାଦଶ ବର୍ଷରେ ବିଶ୍ୱ କ୍ଷୁଧାର୍ତ୍ତ ସୂଚୀ ଚାରିଟି ସୂଚକାଙ୍କ ଆଧାରରେ ଦେଶର ସ୍ତାନ ନିରୁପଣ କରିଛି। ସେଗୁଡ଼ିକ ହେଉଛି- ଅପପୁଷ୍ଟି, ଶିଶୁ ମୃତ୍ୟୁ, କମ୍‌ ଓଜନ ଏବଂ ଶିଶୁ ବିକାଶରେ ବାଧକ।

publive-image Photo Courtesy of The Insider Car News

ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ କହିଛି ଯେ ପାଞ୍ଚ ବର୍ଷରୁ କମ୍‌ ଭାରତୀୟ ଶିଶୁମାନଙ୍କର ଏକ ପଞ୍ଚମାଂଶଙ୍କର ଓଜନ ସେମାନଙ୍କ ଉଚ୍ଚତା ଅନୁସାରେ ଖୁବ୍‌ କମ୍‌ ଏବଂ ବୟସ ଅନୁସାରେ ଏକ ତୃତୀୟାଂଶ ଉଚ୍ଚତା ଅନୁସାରେ କମ୍‌ ଓଜନ । ୨୦୧୫-୧୬ ଅନୁସାରେ, ୨୦୦୫-୨୦୦୬ ତୁଳନାରେ ଏକ ପଞ୍ଚମାଂଶ ପିଲା (୨୧%)ଙ୍କର ଉଚ୍ଚତା ଅନୁସାରେ ଓଜନ କମ୍‌ ସମସ୍ୟା ରହୁଛି ବୋଲି ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ କହିଛି। କେବଳ ତିନୋତି ଅନ୍ୟ ଦେଶ- ଦିବୌତି, ଶ୍ରୀଲଙ୍କା ଏବଂ ଦକ୍ଷିଣ ସୁଦାନରେ ଏ ବର୍ଷ ୨୦%ରୁ ଅଧିକ ଉଚ୍ଚତା ଅନୁସାରେ କମ୍‌ ଓଜନ ଦେଖା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe