ଭାରତ ପ୍ରସ୍ତୁତ ଟିକା ମାନବତ୍ବକୁ ବଞ୍ଚାଇବ: ମୋଦୀ

Advertisment

ପ୍ରବାସୀ ଭାରତୀୟ ଦିବସ ସମାବେଶ

ପ୍ରବାସୀ ଭାରତୀୟ ଦିବସ ସମାବେଶ

ମନମୋହନଙ୍କ ବୟାନ ଉଲ୍ଲେଖ କରି ବିରୋଧୀଙ୍କୁ ଘେରିଲେ ମୋଦୀ

Image Courtesy of India Today

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରଣାଳୟ ଦ୍ବାରା ଆଜି ଦିଲ୍ଲୀରେ ଆୟୋଜିତ ଷୋଡ଼ଦଶ ପ୍ରବାସୀ ଭାରତୀୟ ଦିବସ ସମାବେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ। ପ୍ରବାସୀ ଭାରତୀୟଙ୍କ ସହ ଯୋଗସୂତ୍ର ରଖିବା ଲାଗି ଉଦ୍ଦିଷ୍ଟ ଏହି ଉତ୍ସବରେ ଉଦ୍‌ବୋଧନ ଦେଇ ମୋଦୀ ବିଶ୍ବ ସମୁଦାୟ ପ୍ରତି ପ୍ରବାସୀ ଭାରତୀୟମାନଙ୍କ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ। ସମ୍ପ୍ରତି ଇଣ୍ଟରନେଟ୍‌ ମାଧ୍ୟମରେ ଆମେ ପୃଥିବୀର ଯେ କୌଣସି କୋଣ ଅନୁକୋଣରୁ ପରସ୍ପର ସହ ସମ୍ପର୍କ ସ୍ଥାପନ କରିପାରୁଛନ୍ତି, ତେବେ ମନ ସବୁବେଳେ ମା'ଭାରତୀ ସହ ଯୋଡ଼ି ହୋଇ ରହିଛି ବୋଲି ସେ କହିଛନ୍ତି। ସେହିପରି ଭାରତର ମନ୍ତ୍ର 'ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ବ, ଗୋଟିଏ ପରିସର' ସାରା ବିଶ୍ବକୁ ଛୁଇଁପାରିଛି।

କୌଣସି ପରିସ୍ଥିତିରେ ବି ଭାରତର ଦକ୍ଷତା ସମ୍ପର୍କରେ ପ୍ରମାଣ ଦେବାକୁ ଇତିହାସ ମୂକସାକ୍ଷୀ ହୋଇ ରହିଛି। ଏ ପରିପ୍ରେକ୍ଷୀରେ ଭାରତ ପ୍ରଥମେ ବାହାରୁ ପିପିଇ କିଟ୍‌, ମାସ୍କ, ଭେଣ୍ଟିଲେଟର ଓ କୋଭିଡ୍‌ ପରୀକ୍ଷଣ କିଟ୍‌ ମଗାଉଥିଲା ବେଳେ ଏବେ ସେସବୁରେ ଆମ ଦେଶ ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ଭାରତରେ ପ୍ରସ୍ତୁତ ଦୁଇଟି କୋଭିଡ୍‌ ଟିକାରେ ଦେଶ ମାନବ ସମାଜକୁ ବଞ୍ଚାଇବା ଲାଗି ପ୍ରସ୍ତୁତ ବୋଲି ସେ କହିଛନ୍ତି। ଭାରତ ଅତୀତରେ ଏବଂ ବର୍ତ୍ତମାନ ମଧ୍ୟ ଆବଶ୍ୟକ କରୁଥିବା ଦେଶମାନଙ୍କୁ ଅତ୍ୟାବଶ୍ୟକ ଔଷଧ ଯୋଗାଇ ଆସିଛି। ସାରା ବିଶ୍ବ ଯେ କେବଳ ଭାରତୀୟ ଟିକାକୁ ଅପେକ୍ଷା କରି ରହିଛି ତାହା ନୁହେଁ, ଏହା ମଧ୍ୟ ଭାରତରେ ହେବାକୁ ଥିବା ବିଶ୍ବର ସବୁଠୁ ବଡ଼ ଟିକାକରଣ ପ୍ରକ୍ରିୟାକୁ ମଧ୍ୟ ଅବଲୋକନ କରୁଛି ବୋଲି ସେ ଟିପ୍ପଣୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe