ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୫୨ଜଣ ନୂଆ କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨୦କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍ସାଇଟ୍ ‘ଡାଟା’ରୁ ଜଣାପଡ଼ିଛି।
ସେହିପରି, ଗତ ୨୪ ଘଣ୍ଟା ମଧ୍ୟରେ ୪ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୃତ୍ୟୁସଂଖ୍ୟା, ୫,୩୩,୩୩୨ରେ ପହଞ୍ଚିଛି।
ଆଜି ସକାଳ ୮ଟାରେ ‘ଅପ୍ଡେଟ୍’ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍ସାଇଟ୍ରୁ ଜଣାପଡ଼ିଛି ଯେ, ସମ୍ପ୍ରତି ୧୭ଟି ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ସେଥିରୁ କେରଳରେ ୨୬୬, କର୍ଣ୍ଣାଟକରେ ୭୦, ମହାରାଷ୍ଟ୍ରରେ ୧୫, ତାମିଲନାଡୁରେ ୧୩ ଓ ଗୁଜରାଟରେ ୧୨ଜଣ ସଂକ୍ରମିତ ଚିହ୍ନଟ କରାଯାଇଛି। ସବୁ ମିଶାଇ ଦେଶରେ ସମୁଦାୟ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪.୫ କୋଟିରେ ପହଞ୍ଚିଛି।
Image Courtesy of NDTVଦେଶରେ ସଂକ୍ରମଣ କରାଉଥିବା କୋଭିଡ୍-୧୯ ଭୂତାଣୁ ଉପପ୍ରଜାତିଗୁଡ଼ିକ ମଧ୍ୟରୁ ଏପର୍ଯ୍ୟନ୍ତ ୨୨ଜଣ ସଂକ୍ରମିତ ‘ଜେଏନ୍.୧’ଦ୍ବାରା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଫଳରେ ଏହି ଉପପ୍ରଜାତିର ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସ୍ବାସ୍ଥ୍ୟ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି। ଏହାଛଡ଼ା, ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ଏଯାବତ୍ ‘ଜେଏନ୍.୧’ ଉପପ୍ରଜାତିଦ୍ବାରା ‘କ୍ଲଷ୍ଟର୍ ସଂକ୍ରମଣ’ ହୋଇନାହିଁ। ଆକ୍ରାନ୍ତମାନଙ୍କଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଛି।
Image Courtesy of Indian Expressକେତେକ ରାଜ୍ୟରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ ଶୁକ୍ରବାର ଦିନ କେନ୍ଦ୍ର ସରକାର ସେ ସବୁ ରାଜ୍ୟକୁ ସମସ୍ତ ‘କୋଭିଡ୍ ପଜିଟିଭ୍ ଟେଷ୍ଟ୍ ସ୍ବାବ୍’ଗୁଡ଼ିକୁ ‘ହୋଲ୍ ଜିନୋମ୍ ସିକ୍ବେନ୍ସିଙ୍ଗ୍’ ନିମନ୍ତେ ପଠାଇବାକୁ ନିର୍ଦେଶ ଦେଇଛନ୍ତି। ଫଳରେ ଗୁଣସୂତ୍ର ପରିବର୍ତ୍ତନ କରୁଥିବା କୋଭିଡ୍-୧୯ ଭୂତାଣୁ ସବୁ ଚିହ୍ନଟ କରାଯାଇପାରିବ।
Follow Us