ଗତକାଲି ଅପେକ୍ଷା ହ୍ରାସ ପାଇଲା ସଂକ୍ରମଣ; ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୩୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Advertisment
ଗତକାଲି ଅପେକ୍ଷା ହ୍ରାସ ପାଇଲା ସଂକ୍ରମଣ; ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୩୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୩୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ହ୍ରାସ ପାଇଛି। ଗତକାଲି ଦେଶରେ ୨,୭୦୬ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୩୧,୫୮,୦୮୭ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ଏବେ ବି ସକ୍ରିୟ ରହିଛନ୍ତି ୧୭,୮୮୩ ଜଣ ଆକ୍ରାନ୍ତ।

କରୋନାରେ ପୁଣି ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୫,୨୪,୬୩୦ରେ ପହଞ୍ଚିଛି। ମନ୍ତ୍ରାଳୟ ପକ୍ଷରୁ ଜାଣିବାକୁ ମଳିଛି ଯେ କେରୋନା ଆକ୍ରମଣ ହାର ୦.୪ ପ୍ରତିଶତ ରହିଛି। ସୁସ୍ଥ ହାର ରହିଛି ୯୮.୭୪ ପ୍ରତିଶତ।

ଗତକାଲି ୨,୭୦୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫ ମୃତ୍ୟୁ ରେକର୍ଡ କରାଯାଇଥିଲା। ‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୮୫.୦୪ କୋଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୩,୬୩,୮୮୩ ଟି ନମୁନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe