ଦିନକରେ ସର୍ବାଧିକ କୋଭିଡ୍-୧୯ ଆକ୍ରାନ୍ତ ସୁସ୍ଥ କରି ଭାରତର ସର୍ବକାଳୀନ ରେକର୍ଡ: ଏପର୍ଯ୍ୟନ୍ତ ସୁସ୍ଥତା ହାର ୬୩. ୯୨%

ଦେଶରେ ଆରୋଗ୍ୟ ହାର ୬୫.୪୪%, ଦିନକରେ ପୁଣି ୫୪ ହଜାରରୁ ଅଧିକ ଆକ୍ରାନ୍ତ

Image Courtesy of Zee News

ନୂଆଦିଲ୍ଲୀ: ୩୬୦୦୦ରୁ ଅଧିକ କୋଭିଡ୍-୧୯ ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପରେ ଆଜି ଡାକ୍ତରଖାନାରୁ ବିଦା କରି ଭାରତ ସର୍ବକାଳୀନ ଦିନିକିଆ ରେକର୍ଡ କରିଛି। ଏଥିଯୋଗୁଁ ଭାରତର କୋଭିଡ୍-୧୯ ସୁସ୍ଥତା ହାର ୬୩. ୯୨%ରେ ପହଞ୍ଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଡାକ୍ତରଖାନାରୁ ବାହାରିଥିବା  ୩୬, ୧୪୫ଜଣ କୋଭିଡ୍-୧୯ ରୋଗୀଙ୍କୁ ମିଶାଇ ସମୁଦାୟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮, ୮୫, ୫୭୬ରେ ପହଞ୍ଚିଛି।

ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪, ୬୭, ୮୮୨। ଅର୍ଥାତ୍ ସୁସ୍ଥତା ସଂଖ୍ୟା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ ବା ୧, ୮୯ ଗୁଣରୁ ଅଧିକ ହୋଇଯାଇଛି।

publive-image Image Courtesy of Business Standard

ଏହାଛଡ଼ା, ଗୋଟିଏ ଦିନରେ ପ୍ରଥମ ଥର ଲାଗି ରେକର୍ଡ ସଂଖ୍ୟକ ୪, ୪୦, ୦୦୦ ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରାଯାଇଥିବା ୪, ୪୨, ୨୬୩ ନମୁନା ସହ ଟେଷ୍ଟ୍‌ ପର୍ ମିଲିୟନ୍ ଆହୁରି ବୃଦ୍ଧି ପାଇ ୧୧, ୮୦୫ରେ ପହଞ୍ଚିଛି। ଏଥିସହ ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇ ୧, ୬୨, ୯୧, ୩୩୧ରେ ପହଞ୍ଚିଛି।

୩, ୬୨, ୧୫୩ ନମୁନା ପରୀକ୍ଷା କରି ସରକାରୀ ଲ୍ୟାବ୍‌ଗୁଡ଼ିକ ମଧ୍ୟ ନୂଆ ରେକର୍ଡ କରିଛନ୍ତି। ସେହିପରି ଗୋଟିଏ ଦିନରେ ଘରୋଇ ଲ୍ୟାବ୍‌ମାନେ ମଧ୍ୟ ୭୯, ୮୭୮ଟି ନମୁନା ପରୀକ୍ଷା କରିଛନ୍ତି।

ଫଳପ୍ରଦ ଭାବେ ‘ଟେଷ୍ଟ୍‌, ଟ୍ରାକ୍ ଆଣ୍ଡ ଟ୍ରିଟ୍’ ରଣନୀତି ପ୍ରଣୟନ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି।

ଭାରତରେ କୋଭିଡ୍-୧୯ଜନିତ ମୃତ୍ୟୁହାର ମଧ୍ୟ ବିଶ୍ବରେ ସର୍ବନିମ୍ନ ୨. ୩୧% ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe