Image Courtesy of Hindustan Times
ନୂଆଦିଲ୍ଲୀ: ରବିବାର ଦିନ ଭାରତ କ୍ରମାଗତ ଦ୍ବିତୀୟ ଦିନରେ ମଧ୍ୟ ୭୦ ହଜାରୁ ଅଧିକ କୋଭିଡ୍-୧୯ ଆକ୍ରାନ୍ତଙ୍କୁ ସୁସ୍ଥ କରି ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୩, ୬୪୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହୋମ୍ ଆଇସୋଲେସନ୍ କିଂବା ଡାକ୍ତରଖାନାରୁ ବିଦା ହୋଇଛନ୍ତି। ଏମାନଙ୍କୁ ମିଶାଇ ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ପ୍ରାୟ ୩୨ ଲକ୍ଷ ହୋଇଛି। ସୁସ୍ଥତା ସଂଖ୍ୟା ବୃଦ୍ଧି ପାଉଥିବାରୁ ଭାରତର ଆରୋଗ୍ୟ ହାର ୭୭.୩୨%ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରେସ୍ ବିବୃତିରେ କହିଛି।
ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି, ନୂଆଦିଲ୍ଲୀର ‘ଏମ୍ସ୍’ ସହାୟତାରେ କେନ୍ଦ୍ର ସମଗ୍ର ଦେଶରେ ଥିବା କୋଭିଡ୍-୧୯ ଡାକ୍ତରଖାନାମାନଙ୍କର ଆଇସିୟୁ ଡାକ୍ତରମାନଙ୍କର ନୈଦାନିକ ପରିଚାଳନା ଦକ୍ଷତା ନିରନ୍ତର ଉନ୍ନତ କରାଉଛି। ଏଥିଯୋଗୁଁ ଅଧିକ ଜୀବନ ବଞ୍ଚାଇବା ସମ୍ଭବପର ହେଉଛି। ବିଶ୍ବରେ ସବୁଠୁ କମ୍ ଥିବା ଭାରତର ମୃତ୍ୟୁହାର ଆହୁରି ହ୍ରାସ ପାଉଛି। ଆଜି ଆକଳନ ଅନୁସାରେ ମୃତ୍ୟୁହାର ରହିଛି ୧.୭୨%।
Image Courtesy of OneIndiaଏହାଛଡ଼ା ଆଜି ସର୍ବାଧିକ ନୂତନ ସଂକ୍ରମଣରେ ବି ଭାରତ ରେକର୍ଡ କରିଛି। ୨୪ ଘଣ୍ଟାରେ ୯୦, ୬୩୨ ସଂକ୍ରମଣ ସହ ରବିବାର ଦିନ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୪. ୧୧ ନିୟୁତରେ ପହଞ୍ଚିଛି। ସଂକ୍ରମଣ ଯୋଗୁଁ ପ୍ରାୟ ୭୦, ୬୨୬ଜଣଙ୍କର ମୃତ୍ୟୁ ଘଟିଛି।
Follow Us