ଭାରତକୁ ବଦନାମ୍‌ କରିବା ପାଇଁ ପାକିସ୍ତାନ କହିଥିବା ଆଉ ଏକ ମିଛ ଧରାପଡ଼ିଲା

Advertisment
ଭାରତକୁ ବଦନାମ୍‌ କରିବା ପାଇଁ ପାକିସ୍ତାନ କହିଥିବା ଆଉ ଏକ ମିଛ ଧରାପଡ଼ିଲା

indiatoday

ନୂଆଦିଲ୍ଲୀ: ଭାରତ ପାକିସ୍ତାନର ଆଉ ଏକ ମିଛ ଉପରୁ ପରଦା ହଟାଇ ଦେଇଛି। ପାକିସ୍ତାନ ରାଷ୍ଟ୍ରୀୟ ଦିବସ  ଅବସରରେ ମୁଖ୍ୟ ଅତିଥି ଭାବେ ଇସ୍‌ଲାମ୍‌ବାଦ୍‌ରେ ପହଞ୍ଚିବାକୁ ଥିବା ମାଲେସୀୟ ପ୍ରଧାନମନ୍ତ୍ରୀଙ୍କ ବିମାନକୁ  ଉଡ଼ାଣ ପାଇଁ ଭାରତ ମଞ୍ଜୁରୀ ଦେଇ ନ ଥିଲା ବୋଲି ଅଭିଯୋଗ କରିଥିଲା। ମଙ୍ଗଳବାର ଭାରତ ସରକାର ଏହି ଅଭିଯୋଗର ଜବାବ ଦେଇଛନ୍ତି।

publive-image oneindia

ଭାରତ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି କି, ଡିଜିସିଏ ତରଫରୁ ମାଲେସୀୟ ପ୍ରଧାନମନ୍ତ୍ରୀଙ୍କ ମହାଥିର ମହମ୍ମଦଙ୍କ ବିମାନକୁ ଭାରତୀୟ ବାୟୁସୀମାରେ ଉଡ଼ାଣ ପାଇଁ ମଞ୍ଜୁରୀ ଦିଆଯାଇଥିଲା, କିନ୍ତୁ ପାକ୍‌ ନିଜର ବାୟୁସୀମାକୁ ବ୍ଲକ୍‌ କରିଥିଲା।

ପାକିସ୍ତାନ ମିଡିଆରେ ପ୍ରକାଶ କି, ମହାଥିରଙ୍କ ବିମାନ ଇସ୍‌ଲାମ୍‌ବାଦ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବହୁ ସମୟ ଲାଗିଥିଲା। କାରଣ ଭାରତ ବାୟୁସୀମା ବ୍ୟବହାର କରିବା ପାଇଁ ମଞ୍ଜୁରୀ ଦେଇ ନଥିଲା। ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସହିତ ଜଡ଼ିତ ଥିବା ସୂତ୍ରରୁ ପ୍ରକାଶ, ଏହି ସମସ୍ତ ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା ଅଟେ। ସତ୍ୟ  ଏହା ହେଉଛି କି, ପାକିସ୍ତାନୀ ବାୟୁସେନା ସେହି ସବୁ ବିମାନର ଉଡାଣକୁ  ବ୍ଲକ୍‌ କରି ଦେଇଛି ଯାହା ଭାରତ ଦେଇ ଯାଇଥାଏ। ଫଳରେ ଡାଇରେକ୍ଟର ଜେନେରାଲ ଅଫ ସିଭିଲ୍‌ ଏଭିଏସନ୍‌(ଡିଜିସିଏ) ପକ୍ଷରୁ ମଞ୍ଜୁରୀ ମିଳିବା ପରେ ବି ମଲେସୀୟ ବିମାନକୁ ଲମ୍ବାରାସ୍ତା ଦେଇ ଯିବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe