ଦେଶରେ ହ୍ରାସ ପାଉଛି କୋଭିଡ୍‌-୧୯ ସଂକ୍ରମଣ; ୧୯ଟି ରାଜ୍ୟରେ ଅଛନ୍ତି ବହୁସଂଖ୍ୟକ ସକ୍ରିୟ ଆକ୍ରାନ୍ତ

ଦେଶରେ ହ୍ରାସ ପାଉଛି କୋଭିଡ୍‌-୧୯ ସଂକ୍ରମଣ; ୧୯ଟି ରାଜ୍ୟରେ ଅଛନ୍ତି ବହୁସଂଖ୍ୟକ ସକ୍ରିୟ ଆକ୍ରାନ୍ତ

Image Courtesy of dtnext

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ସଂଖ୍ୟା ଉଲ୍ଲେଖଯୋଗ୍ୟ ସଂଖ୍ୟାରେ ହ୍ରାସ ପାଇ ୧୬ ହଜାରରୁ କିଛି ଅଧିକ ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। ତଥାପି କୋଭିଡ୍‌ ମାମଲା ଓ ପଜିଟିଭିଟି ହାର ଦ୍ରୁତ ବୃଦ୍ଧି ପାଉଥିବା ୯ଟି ରାଜ୍ୟର ୧୧୫ଟି ଜିଲ୍ଲାର କୋଭିଡ୍‌-୧୯ ପରିସ୍ଥିତି ବିଷୟରେ କେନ୍ଦ୍ର ସରକାର ସମୀକ୍ଷା କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୪୬୪ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୪ମୃତ୍ୟୁ ରେକର୍ଡ କରାଯାଇଛି।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୬,୪୬୪ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୦,୩୬,୨୭୫ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୨୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୬,୩୯୬ରେ ପହଞ୍ଚିଛ।

publive-image Image Courtesy of Mint

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୬,୧୧୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୩୩,୬୫,୮୯୦।

ଏହାଛଡ଼ା, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩,୯୮୯ ଥିବା ରେକର୍ଡ କରାଯାଇଛି। ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଦିଲ୍ଲୀ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ତାମିଲିନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଅଧିକାଂଶ ସକ୍ରିୟ କୋଭିଡ୍‌ ମାମଲା ରେକର୍ଡ କରାଯାଇଛି।

ଦେଶରେ ସକ୍ରିୟ ସଂକ୍ରମଣ ହାର ସମୁଦାୟ ସଂକ୍ରମଣର ୦.୩୩% ‌ହୋଇଥିବା ବ‌େଳେ ସୁସ୍ଥତା ହାର ୯୮.୪୮% ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୦୪,୩୪,୦୩,୬୭୬ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe