ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ୧୮୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୦୦ ତଳେ ରହିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮୫ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।
୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୮୫ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୭୬,୫୧୫ରେ ପହଞ୍ଚିଛି।
ସେହିପରି, ଗତ ୨୪ ଘଣ୍ଟାରେ ଦିଲ୍ଲୀ ଜଣକର ମୃତ୍ୟୁ ରିପୋର୍ଟ କରାଯାଇଥିବା ପରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୬୮୧କୁ ବୃଦ୍ଧି ପାଇଛି।
Image Courtesy of Business Standardଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୪୨,୪୩୨। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୮୦% ରହିଛି।
ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦୨ ଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୧%।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୨୦,୦୨,୧୨,୧୭୮ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।
‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଗତକାଲି ପରୀକ୍ଷା କରାଯାଇଛି ୧,୧୭,୫୩୮ଟି ନମୁନା।
Image Courtesy of Mintସଦ୍ୟତମ ସୂଚନା ଅନୁସାରେ, ଚୀନ୍ରେ ଦ୍ରୁତ ବେଗରେ ସଂକ୍ରମଣ କରାଉଥିବା ଓମିକ୍ରନ୍ ଭୂତାଣୁର ସବ୍-ଭେରିଏଣ୍ଟ୍ ‘ବିଏଫ୍.୭’ର ଚାରିଟି ମାମଲା ଭାରତରେ ଚିହ୍ନଟ ହୋଇଛି।ସେଥିରୁ ୨ଟି ମାମଲା ଗୁଜରାଟ ଓ ୨ଟି ଓଡ଼ିଶାରେ ଚିହ୍ନଟ ହୋଇଛି। ଏହି ମାମଲା ସବୁ ଜୁଲାଇ, ସେପ୍ଟେମ୍ବର ଏବଂ ନଭେମ୍ବର ମାସରେ ଚିହ୍ନଟ ହୋଇଥିଲା। ସମ୍ପ୍ରତି ଦେଶରେ ଥିବା ୧୦ଟି କୋଭିଡ୍ ଭେରିଆଣ୍ଟ୍ରୁ ‘ବିଏଫ୍.୭’ ହେଉଛି ସଦ୍ୟତମ।
Follow Us