କୋଭିଡ୍‌-୧୯ସଂକ୍ରମଣ: ଦେଶରେ ସୁସ୍ଥତାହାର ୯୮.୫୧%

Advertisment
କୋଭିଡ୍‌-୧୯ସଂକ୍ରମଣ: ଦେଶରେ ସୁସ୍ଥତାହାର ୯୮.୫୧%

Image Courtesy of Telengana Today

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ସକ୍ରିୟ ସଙ୍କ୍ରମିତଙ୍କ ହାର ସମୁଦାୟ ସଂକ୍ରମଣର ୦.୨୮% ଥିବା ବ‌େଳେ ଜାତୀୟସ୍ତରରେ ସୁସ୍ଥତାହାର ୯୮.୫୧% କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଗତ ୨୪ ଘଣ୍ଟାରେ ଦେଶରେ ଦୈନିକ ‘ପଜିଟିଭିଟି’ହାର ୪.୯୬% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ହାର ୪.୦୯% ରହିଥିବା ରେକର୍ଡ କରାଯାଇଛି।

ଦେଶରେ ହୋଇଥିବା କୋଭିଡ୍‌-୧୯ଜନିତ ସମୁଦାୟ ମୃତ୍ୟୁସଂଖ୍ୟାରୁ ୭୦% ‘କୋମର୍ବିଡିଟିଜ୍‌’ ‌(ଏକାଧିକ ରୋଗରେ ଆକ୍ରାନ୍ତ ଥିବାରୁ) ଘଟିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଗୁରୁତ୍ବାରୋପ କରି କହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮,୮୧୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୮ ମୃତ୍ୟୁ ରେକର୍ଡ କରାଯାଇଛି।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୮, ୮୧୫ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪, ୩୫,୮୫,୫୫୪ରେ ପହଞ୍ଚିଛି।

publive-image Image Courtesy of Mint

ଗତ ୨୪ ଘଣ୍ଟାରେ ହୋଇଥିବା ୩୮ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୫,୩୪୩ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୫୮୯୯ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୯,୩୮୭,୭୬।

ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୨୨୩୩୫।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୯୮,୫୧,୭୭,୯୬୨ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୮୬,୫୭,୨୩,୧୫୯ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୩,୭୯,୪୭୦ଟି ନମୁନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe