ଦେଶରେ କୋଭିଡ୍‌-୧୯ସଂକ୍ରମଣ ବୃଦ୍ଧି: ନୂତନ ସଂକ୍ରମଣ ମାମଲାର ୬୮.୮୧% ହେଉଛି ୫ଟି ରାଜ୍ୟର

Advertisment
ଦେଶରେ କୋଭିଡ୍‌-୧୯ସଂକ୍ରମଣ ବୃଦ୍ଧି: ନୂତନ ସଂକ୍ରମଣ ମାମଲାର ୬୮.୮୧% ହେଉଛି ୫ଟି ରାଜ୍ୟର

Image Courtesy of Rediffmail

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ହୋଇଥିବା ନୂତନ ସଂକ୍ରମଣର ୬୮.୮୧% ସଂକ୍ରମଣ ୫ଟି ରାଜ୍ୟର ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। ସର୍ବାଧିକ ନୂତନ ସଂକ୍ରମଣ ରିପୋର୍ଟ କରିଥିବା ରାଜ୍ୟଗୁଡ଼ିକ ମଧ୍ୟରୁ ଶ୍ରେଷ୍ଠ ୫ଟି ହେଉଛି, କେରଳ, ପଶ୍ଚିମବଙ୍ଗ (୨,୯୫୦), ମହାରାଷ୍ଟ୍ର (୨,୯୪୪), ତାମିଲନାଡୁ (୨,୭୨୨) ଏବଂ କର୍ଣ୍ଣାଟକ (୧,୦୩୭)।

ଆଜି ଜାତୀୟସ୍ତରରେ ସୁସ୍ଥତାହାର ୯୮.୫୧% ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮,୮୪୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୩ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଅପେକ୍ଷା ଆଜିର ସଂକ୍ରମଣ ହାର ୦.୧% ବୃଦ୍ଧି ପାଇଛି।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୮, ୮୧୫ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪, ୩୬,୦୪,୩୯୪ରେ ପହଞ୍ଚିଛି।

publive-image Image Courtesy of Sangbad Pratidin

ଗତ ୨୪ ଘଣ୍ଟାରେ ହୋଇଥିବା ୪୩ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୫,୩୮୬ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୬,୧୦୪ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୯,୫୩୯,୮୦।

ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧,୨୫,୦୨୮।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୯୮,୬୫,୩୬,୨୮୮ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୮୬,୬୧,୭୭,୯୩୭ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୩,୫୪,୭୭୮ଟି ନମୁନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe