ଫେବ୍ରୁଆରି ପରେ ଦେଶରେ ପ୍ରଥମ ଥର ପାଇଁ ୨୦ ହଜାର ଟପିଲା ଦୈନିକ କୋଭିଡ୍‌ ସଂକ୍ରମଣ; ବୁଷ୍ଟର୍‌ ଡୋଜ୍‌ ଉପରେ ଗୁରୁତ୍ବ

ଫେବ୍ରୁଆରି ପରେ ଦେଶରେ ପ୍ରଥମ ଥର ପାଇଁ ୨୦ ହଜାର ଟପିଲା ଦୈନିକ କୋଭିଡ୍‌ ସଂକ୍ରମଣ; ବୁଷ୍ଟର୍‌ ଡୋଜ୍‌ ଉପରେ ଗୁରୁତ୍ବ

Image Courtesy of India Today

ନୂଆଦିଲ୍ଲୀ: ୧୪୫ ଦିନର ବ୍ୟବଧାନ ପରେ ଦେଶରେ ଦୈନିକ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ସଂଖ୍ୟା ୨୦,୦୦୦ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ହୋଇଥିବା ପଜିଟିଭିଟି ହାର ୫.୧୦%  ହୋଇଥିବା ବେଳେ ଜାତୀୟସ୍ତରରେ ସୁସ୍ଥତାହାର ୯୮.୫୦% ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

ଶୁକ୍ରବାରଠାରୁ ଲୋକମାନଙ୍କୁ ମାଗଣାରେ କୋଭିଡ୍‌-୧୯ ନିରୋଧୀ ଟିକାର ବୁଷ୍ଟର୍‌ ଡୋଜ୍‌ ଦିଆଯିବ ବୋଲି ବୁଧବାର ଦିନ କେନ୍ଦ୍ର ସରକାର ଘୋଷଣା କରିବା ପରେ ଆଜି ଦେଶରେ ନୂତନ ସଂକ୍ରମଣ ବୃଦ୍ଧି ରେକର୍ଡ କରାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦,୧୩୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୮ମୃତ୍ୟୁ ରେକର୍ଡ କରାଯାଇଛି।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨୦,୧୩୯ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪, ୩୬,୮୯,୯୮୯ରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୧୯ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନାରୁ ଜଣାପଡ଼ିଛି।

publive-image Image Courtesy of Times of India

ଗତ ୨୪ ଘଣ୍ଟାରେ ହୋଇଥିବା ୩୮ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୫,୫୫୭ରେ ପହଞ୍ଚିଛି। ରେକର୍ଡ ହୋଇଥିବା ୩୮ ମୃତ୍ୟୁରୁ ୧୬ଟି କେରଳର ହୋଇଥିବା ବେଳେ ମହାରାଷ୍ଟ୍ରର ୧୦ଟି, ପଶ୍ଚିମବଙ୍ଗର ୪ଟି, ଦିଲ୍ଲୀର ୩ଟି, ଆସାମ, ବିହାର, ଗୋଆ, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ଗୋଟିଏ ଲେଖାଏଁ ବୋଲି ଜଣାପଡ଼ିଛି।

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୬,୪୮୨ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୩୦,୨୮୩,୫୬।

ଏହାଛଡ଼ା, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୬,୦୭୬ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୯୯,୨୭,୨୭,୫୫୯ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୮୬,୮୧,୬୪,୩୪୮ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୩,୯୪,୭୭୪ଟି ନମୁନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe