ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୨୩୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୪,୨୮,୩୯୩ ଛୁଇଁଛି। ସେହିପରି କରୋନାଜନିତ ମୃତ୍ୟୁ ସଂଖ୍ୟା ୫,୨୭,୮୭୪ରେ ପହଞ୍ଚିଛି। କରୋନାରେ ସକ୍ରିୟ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୪,୬୬୭କୁ ଖସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ୍ସାଇଟ୍ରେ ଏହି ସୂଚନା ଦିଆଯାଇଛି।
ଗତକାଲି ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୬ ହଜାର ତଳେ ରହିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ମଙ୍ଗଳବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫,୪୩୯ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୫୦ମୃତ୍ୟୁ ରେକର୍ଡ କରାଯାଇଥିଲା।
‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଲାଗି ପହରିଦିନ ସଂଧ୍ୟା ସୁଦ୍ଧା ସମୁଦାୟ ୮୮,୫୫,୨୮,୯୭୦ଟି ନମୁନା ପରୀକ୍ଷା କରାଯାଇଛି। ପରୀକ୍ଷା କରାଯାଇଛି ୩,୨୦,୪୧୮ଟି ନମୁନା।
Follow Us