କେରଳରେ କରୋନାଭାଇରସ୍‌ ଆକ୍ରାନ୍ତ ତୃତୀୟ ରୋଗୀ

Advertisment
କେରଳରେ କରୋନାଭାଇରସ୍‌ ଆକ୍ରାନ୍ତ ତୃତୀୟ ରୋଗୀ

ନୂଆଦିଲ୍ଲୀ: ଦ୍ରୁତ ବେଗରେ ସମ୍ପ୍ରସାରିତ ହେଉଥିବା କରୋନାଭାଇସ୍‌ ସଂକ୍ରମଣରେ ଆକ୍ରାନ୍ତ ଦେଶର ତୃତୀୟ ରୋଗୀ କେରଳରେ ଚିହ୍ନଟ ହୋଇଥିବା କଥା ସୋମବାର ଦିନ କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି।

ସମ୍ପୃକ୍ତ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ ଅନୁଧ୍ୟାନ କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ଇସ୍ତାହାରରେ ସୂଚନା ଦିଆଯାଇଛି ।

publive-image Image Source: Hindustan Times

ନିକଟ ଅତୀତରେ କରୋନାଭାଇରସ୍‌ର କେନ୍ଦ୍ରସ୍ଥଳୀ ଚୀନ୍‌ ସହର ଉହାନ୍‌ରୁ ଫେରିଥିବା କେରଳର ଏହି ଛାତ୍ରଙ୍କର ରବିବାର କରାଯାଇଥିବା ସାମ୍ପଲ୍‌ ପରୀକ୍ଷାର ଫଳାଫଳ ‘ପଜିଟିଭ୍‌’ ବାହାରିଥିଲା।

publive-image Image Source: First Poat

କରୋନାଭାଇରସ୍‌ରେ ଆକ୍ରାନ୍ତ କେରଳର ଅନ୍ୟ ଦୁଇଜଣ ରୋଗୀ ମଧ୍ୟ ଉହାନ୍‌ରେ ଡାକ୍ତରୀ ପଢୁଥିଲେ।

ରବିବାର ଦିନ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଲୋକମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଛାନିଆ ହେବା ଅନାବଶ୍ୟକ। ଦୁଇ ବର୍ଷ ତଳେ ନିପା ଭୂତାଣୁର ମୁକାବିଲା କଲା ଭଳି ଏ ଚାଲେଞ୍ଜ୍‌କୁ ବି ରାଜ୍ୟ ମୁକାବିଲା କରି ବିଜୟୀ ହେବ।

କେରଳରେ ସମୁଦାୟ ସଂଗ୍ରହ କରାଯାଇଥିବା ୧୯୮ଟି କରୋନାଭାଇରସ୍‌ ସାମ୍ପଲ୍‌ରୁ ୧୯୫ଟିର ପରୀକ୍ଷା ଫଳାଫଳ  ‘ନେଗେଟିଭ୍‌’ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe