ଜାତିସଂଘରେ ପାକ୍‌ ବିଦେଶମନ୍ତ୍ରୀ ବିଲାୱାଲଙ୍କୁ ଭାରତର ଭର୍ତ୍ସନା

Advertisment
ଜାତିସଂଘରେ ପାକ୍‌ ବିଦେଶମନ୍ତ୍ରୀ ବିଲାୱାଲଙ୍କୁ ଭାରତର ଭର୍ତ୍ସନା

ନ୍ୟୁୟର୍କ : ଭାରତରେ ସଂଖ୍ୟାଲଘୁ ଅଧିକାର ଓ କାଶ୍ମୀର ଉପରେ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ମନ୍ତବ୍ୟ ପରେ ଭାରତର ଜାତିସଂଘ ଅର୍ଥନୈତିକ ଓ ସାମାଜିକ ବିଭାଗ (ୟୁଏନ୍‌ଇଏସ୍) ଯୁଗ୍ମ ସଚିବ ଶ୍ରୀନିବାସ ଗୋତ୍ରୁ ତାଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ସେ କହିଲେ,- ଏହା ବିଡ଼ମ୍ବନାର ବିଷୟ ଯେ, ଯେଉଁ ପାକିସ୍ତାନରେ ନିତ୍ୟନୈମିତ୍ତିକ ଭ‌ାବେ ସଂଖ୍ୟାଲଘୁ ଅଧିକାରର ହନନ କରାଯାଉଛି ସେ ପୁଣି ଭାରତ ଉପରକୁ ଅଙ୍ଗୁଳି ଉଠାଉଛି।

ଗୋତ୍ରୁ କହିଲେ ଯେ ପାକିସ୍ତାନ ନିଜର ଲଜ୍ଜାଜନକ ରେକର୍ଡକୁ ଲୁଚେଇବା ପାଇଁ ଏଣିକି ତଥ୍ୟ ପ୍ରକାଶ କରିବା ବି ବନ୍ଦ କରିଦେଇଛି। ପାକିସ୍ତାନରେ ସଂଖ୍ୟାଲଘୁଙ୍କ ମାନବାଧିକାର ଉଲ୍ଲଂଘନ ବିଷୟ ସାରା ବିଶ୍ବ ଜାଣିଛି। ପାକିସ୍ତାନରେ ହିନ୍ଦୁ, ଶିଖ୍, ଖ୍ରୀଷ୍ଟିଆନ ଓ ଅହମଦୀ କେହି ସୁରକ୍ଷିତ ନୁହନ୍ତି। ପାକିସ୍ତାନରେ ହଜାର ହଜାର ମହିଳା ଓ ଶିଶୁ, ବିଶେଷକରି ସଂଖ୍ୟାଲଘୁ ସମ୍ପ୍ରଦାୟର ଝିଅଙ୍କୁ ଅପହରଣ କରାଯାଇ ଜବରଦସ୍ତ ବିବାହ ଓ ଧର୍ମାନ୍ତରୀକରଣ କରାଯାଉଛି। ଏଥି ସହ ଗୋତ୍ରୁ କହିଲେ ଯେ ଜମ୍ମୁ-କାଶ୍ମୀର ଓ ଲଦାଖ- ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳ ଭାରତର ଅଭିନ୍ନ ଅଙ୍ଗ, ପାକିସ୍ତାନର ନେତାମାନେ ଯାହା ଭାବନ୍ତୁ ବା ଆଶା କରନ୍ତୁ ନା କାହିଁକି। ପାକିସ୍ତାନ ସରକାର ସୀମାପାର ଆତଙ୍କବାଦ ବନ୍ଦ କରି ଆମ ନାଗରିକଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ। ଏହାପୂର୍ବରୁ ଜାତିସଂଘରେ ଭୁଟ୍ଟୋ ଅଭିଯୋଗ କରିଥିଲେ ଯେ, ଭାରତ ଏକ ହିନ୍ଦୁ ଆଧିପତ୍ୟ-ସମ୍ପନ୍ନ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି ଏବଂ ସଂଖ୍ୟାଲଘୁଙ୍କ ଉପରେ ଦମନଲୀଳା ଚଳାଉଛି। ଏଥି ସହ ସେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe