ଆମେରିକାରୁ ଆସିଲା ଡୋଭାଲଙ୍କ ନାଁରେ ସମନ, ଭାରତର ଦୃଢ ଜବାବ

ଖାଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ ମାମଲାରେ ଆମେରିକା କୋର୍ଟ ପଠାଇଥିବା ସମନ ଉପରେ ଭାରତ ପ୍ରତିକ୍ରିୟା ରଖିଛି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆମେରିକା ଅଦାଲତର ସମନକୁ ବିରୋଧ କରି ଏହାକୁ ଚିନ୍ତାଜନକ ବୋଲି ବର୍ଣ୍ଣନା କରିଛି।

ଅଦ୍ୟତନ ହୋଇଛି
doval

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ ମାମଲାରେ ଆମେରିକା କୋର୍ଟ ଭାରତ ସରକାର ଓ ଏନଏସଏ ଅଜିତ ଡୋଭାଲ ଓ ଆଉ କେତେକ ବରିଷ୍ଠ ଅଧିକାରୀଙ୍କ ନାଁରେ ପଠାଇଥିବା ସମନ ଉପରେ ଭାରତ ପ୍ରତିକ୍ରିୟା ରଖିଛି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆମେରିକା ଅଦାଲତର ସମନକୁ ବିରୋଧ କରି ଏହାକୁ ଚିନ୍ତାଜନକ ବୋଲି ବର୍ଣ୍ଣନା କରିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ଏହି ମାମଲା ସମ୍ପୂର୍ଣ୍ଣ ଅଯଥା ଏବଂ ସରକାରଙ୍କ ନୀତି ବିରୋଧୀ। ଆମେ ଏହି ଘଟଣାର ଗମ୍ଭୀରତାର ସହ ଅନୁସନ୍ଧାନ କରୁଛୁ । ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ଏବଂ ସମସ୍ତ ଦିଗ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ବୈଦେଶିକ ସଚିବ ବିକ୍ରମ ମିଶରୀ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। ଏହି ମାମଲା ଆମ ମତକୁ କୌଣସି ପ୍ରକାରେ ବଦଳାଇବ ନାହିଁ। ଏହି ମାମଲା ଦାୟର କରିଥିବା ବ୍ୟକ୍ତି ଏକ ବେଆଇନ ସଂଗଠନର ପ୍ରତିନିଧିତ୍ୱ କରନ୍ତି ।

ବୈଦେଶିକ ସଚିବ ବିକ୍ରମ ମିଶରୀ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। ଏହି ମାମଲା ଆମ ମତକୁ କୌଣସି ପ୍ରକାରେ ବଦଳାଇବ ନାହିଁ। ଏହି ମାମଲା ଦାୟର କରିଥିବା ବ୍ୟକ୍ତି ଏକ ବେଆଇନ ସଂଗଠନର ପ୍ରତିନିଧିତ୍ୱ କରନ୍ତି । ଯେତେବେଳେ ଏହି ପ୍ରସଙ୍ଗ ପ୍ରଥମେ ଆମ ସାମ୍ନାକୁ ଅଣାଯାଇଥିଲା, ସେତେବେଳେ ଆମେ କାର୍ଯ୍ୟାନୁଷ୍ଠାନ ନେଇଥିଲୁ। ଉଗ୍ରବାଦୀ ଶିଖ୍ ଫର୍ ଜଷ୍ଟିସ୍ ର ମୁଖ୍ୟ ପନ୍ନୁ ଭାରତୀୟ ରାଜନେତା ଓ ଅନୁଷ୍ଠାନ ଗୁଡ଼ିକ ବିରୋଧରେ ଉତ୍ତେଜନାମୂଳକ ଭାଷଣ ଓ ଧମକ ଦେବା ପାଇଁ ଜଣାଶୁଣା।

ସୂଚନାଯୋଗ୍ୟ ଯେ, ପନ୍ନୁ ନ୍ୟୁୟର୍କର ସାଉଥ୍ ଡିଷ୍ଟ୍ରିକ୍ଟ କୋର୍ଟରେ ମାମଲା ରୁଜୁ କରିଛି। ଆମେରିକାର ଏହି ଅଦାଲତ ପଠାଇଥିବା ସମନରେ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ର'ର ପୂର୍ବତନ ମୁଖ୍ୟ ସାମନ୍ତ ଗୋଏଲ, ର'ର ଏଜେଣ୍ଟ ବିକ୍ରମ ଯାଦବ ଏବଂ ଭାରତୀୟ ବ୍ୟବସାୟୀ ନିଖିଲ ଗୁପ୍ତାଙ୍କ ନାମ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମସ୍ତଙ୍କୁ ୨୧ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି।

ତେବେ ଏହି ବିବାଦ ଭିତରେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି ଗଣମାଧ୍ୟମକୁ କହିଛନ୍ତି ଯେ ଏହି ମାମଲା ଭାରତ-ଆମେରିକା ସମ୍ପର୍କକୁ ପ୍ରଭାବିତ କରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe