ତମ ଦେଶରେ ହେଉଥିବା ବର୍ଣ୍ଣବୈଷମ୍ୟ ହିଂସା ଏବଂ ଗୁଳିକାଣ୍ଡକୁ ନେଇ ବି ଆମର ଚିନ୍ତା ରହିଛି : ଆମେରିକାକୁ କହିଲା ଭାରତ

Advertisment
ତମ ଦେଶରେ ହେଉଥିବା ବର୍ଣ୍ଣବୈଷମ୍ୟ ହିଂସା ଏବଂ ଗୁଳିକାଣ୍ଡକୁ ନେଇ ବି ଆମର ଚିନ୍ତା ରହିଛି : ଆମେରିକାକୁ କହିଲା ଭାରତ

ନୂଆଦିଲ୍ଲୀ: ମାନବାଧିକାର ଉଲ୍ଲଂଘନ ନେଇ ଆମେରିକା ବୈଦେଶିକ ବିଭାଗର ରିପୋର୍ଟକୁ ଭାରତ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି। ମଣିପୁର ଓ ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହୋଇଛି ବୋଲି ଆମେରିକା ତା'ର ରିପୋର୍ଟରେ କହିଛି। ଭାରତ ସରକାର ଏହି ରିପୋର୍ଟକୁ ଭେଦଭାବପୂର୍ଣ୍ଣ ବୋଲି କହିଛନ୍ତି। ଆମେରିକା ବୈଦେଶିକ ବିଭାଗର ଏହି ଦସ୍ତାବିଜ ପକ୍ଷପାତିତାପୂର୍ଣ୍ଣ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଏହା ମଧ୍ୟ ଭାରତ ବିଷୟରେ ସେମାନଙ୍କର ଦୁର୍ବଳ ଜ୍ଞାନକୁ ଦର୍ଶାଉଛି ।

ଭାରତ ଆମେରିକାରେ ହେଉଥିବା ବର୍ଣ୍ଣବୈଷମ୍ୟ ହିଂସା ଏବଂ ଗୁଳିକାଣ୍ଡ ଘଟଣା ବିଷୟରେ ଉଲ୍ଲେଖ କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗୁରୁବାର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏକ ବିବିଧ ସମାଜ ଭାବରେ ଭାରତ ଧାର୍ମିକ ସ୍ୱାଧୀନତା ଏବଂ ମାନବିକ ଅଧିକାରକୁ ସମ୍ମାନ ଦେଇଥାଏ। ଆମେରିକା ସହ ଆଲୋଚନା ବେଳେ ଆମେ ସେଠାକାର ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିଛୁ। ଏଥିରେ ଜାତି ଓ ଉତ୍ପତ୍ତି ଆଧାରରେ ଆକ୍ରମଣ, ଘୃଣ୍ୟ ଅପରାଧ ଏବଂ ବନ୍ଧୁକ ହିଂସା ଅନ୍ତର୍ଭୁକ୍ତ। ଆମେରିକା ସହ ଆମର ଆଲୋଚନାରେ ଆମେ କ୍ରମାଗତ ଭାବରେ ଦେଶରେ ଜାତିଗତ ଉଦ୍ଦେଶ୍ୟମୂଳକ ଆକ୍ରମଣ, ଘୃଣ୍ୟ ଅପରାଧ ଏବଂ ବନ୍ଧୁକ ହିଂସା ସମ୍ପର୍କିତ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛୁ । ଭାରତର ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଆମେରିକାର କେତେକ ବିଶ୍ବବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ ବ୍ୟାପିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe