ପୁଣି ମାଲେସିଆରୁ ଖାଇବା ତେଲ ଆମଦାନୀ ଆରମ୍ଭ କଲା ଭାରତ

Advertisment
ଭାରତ ସହ ଆଲୋଚନା ଲାଗି ମାଲେସିଆ ବ୍ୟାକୁଳ, କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ପ୍ରସ୍ତାବ

The Malaysian reserve

ନୂଆଦିଲ୍ଲୀ : ମାଲେସିଆଠାରୁ ପୁଣି ଖାଇବା ତେଲ (ପାମ ଅଏଲ) କିଣିବ ଭାରତ । କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିଥିବାରୁ ମାଲେସିଆଠାରୁ ଗତ ଏକ ମାସ ହେବ ତେଲ ଆମଦାନୀ ବନ୍ଦ ଥିଲା । ଏହା ଦ୍ୱାରା ମାଲେସିଆର ବିପୁଳ କ୍ଷତି ହେବା ପରେ ମାଲେସିଆ ଭାରତ ସହ ଆଲୋଚନା କରି ସ୍ଥିତି ସୁଧାରିବାକୁ ଉଦ୍ୟମ କରିଥିଲ । ଏହାଛଡା ଭାରତକୁ ସ୍ୱତନ୍ତ୍ର ଭାବେ ଟନ ପିଛା ୫ ଡଲାର ରିହାତି ପ୍ରଦାନ କରୁଛି । ଏହା ଫଳରେ ଭାରତୀୟ ଆମଦାନୀକାରୀମାନେ ପୁଣି ଆମଦାନୀ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ଇଣ୍ଡୋନେସିଆ ବନ୍ଦରରେ ଅତ୍ୟଧିକ ଭୀଡ ରହିଥିବାରୁ ବାଧ୍ୟ ହୋଇ ମାଲେସିଆରୁ ଆମଦାନୀ ଆରମ୍ଭ କରାଯାଇଛି ।

ଉଲ୍ଲେଖ୍ୟଯୋଗ୍ୟ ଯେ, ଭାରତ ମାଲେସିଆର ବୃହତମ ଖାଇବା ତେଲ ଗ୍ରାହକ ହୋଇଥିବାରୁ ଭାରତୀୟ କମ୍ପାନିମାନେ ନ କିଣିବାରୁ ମାଲେସିଆ ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହୋଇଥିଲା । କିନ୍ତୁ ଏହାର ଫାଇଦା ପଡୋଶୀ ଇଣ୍ଡୋନେସିଆ ନେବାର ସମ୍ଭାବନା ଦେଖାଦେଇଥିଲା । ୨୦୧୯ ସେପ୍ଟେମ୍ବର ଶେଷସୁଦ୍ଧା ଭାରତ ମାଲେସିଆରୁ ପ୍ରାୟ ୩.୯ ନିୟୁତ ଟନ ଖାଇବା ତେଲ ଆମଦାନୀ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe