୩୫ ବର୍ଷ ପରେ ପୁଣି ନିଜାମଙ୍କ ୧୨ କିଲୋ ଓଜନ ସ୍ବର୍ଣ୍ଣମୁଦ୍ରାର ସନ୍ଧାନ ଆରମ୍ଭ କଲା ଭାରତ

Advertisment
୩୫ ବର୍ଷ ପରେ ପୁଣି ନିଜାମଙ୍କ ୧୨ କିଲୋ ଓଜନ ସ୍ବର୍ଣ୍ଣମୁଦ୍ରାର ସନ୍ଧାନ ଆରମ୍ଭ କଲା ଭାରତ

Image Courtesy of The Times of India

ହାଇଦ୍ରାବାଦ: ପ୍ରାୟ ୪ ଦଶନ୍ଧିର ନିଷ୍ଫଳ ପ୍ରୟାସ ପରେ ଭାରତ ପୁଣି ଥରେ ନିଜାମଙ୍କ ଗୁପ୍ତଧନ ତଥା ବିଶ୍ବର ବୃହତ୍ତମ ସ୍ବର୍ଣ୍ଣମୁଦ୍ରାର (୧୨ କିଲୋ ଓଜନ) ସନ୍ଧାନ ଆରମ୍ଭ କରିଛି। ଏହି ଅମୂଲ୍ୟ ସମ୍ପଦ ପାଇଁ କେନ୍ଦ୍ର ସରକାର ପୁନଃ ଅନ୍ବେଷଣ ଆରମ୍ଭ କରିଛନ୍ତି।

ଅନେକ ବର୍ଷ ତଳେ ଉକ୍ତ ଅସର୍ପି ବା ସ୍ବର୍ଣ୍ଣମୁଦ୍ରା ହାଇଦ୍ରାବାଦର ନାମମାତ୍ର ଅଷ୍ଟମ ନିଜାମ ମୁକ୍କାରାମ୍‌ ଝା’ଙ୍କ ପାଖରେ ଥିଲା। ସେ ଏହାକୁ ସୁଇସ୍‌ ବ୍ୟାଙ୍କ୍‌ରେ ନିଲାମ କରି ଦେବାକୁ ଉଦ୍ୟମ କରୁଥିଲେ। ହାଇଦ୍ରାବାଦର ଶେଷ ନିଜାମ ତଥା  ଅଜା ମିର୍‌ ଓସ୍‌ମାନ୍‌ ଅଲି ଖାଁଙ୍କ ପାଖରୁ ଝା’ ସେଇଟିକୁ ଉତ୍ତରାଧିକାରୀସୂତ୍ରରେ ହାସଲ କରିଥିଲେ। କିନ୍ତୁ, ସବୁ ପ୍ରକାର ଉଦ୍ୟମ କରି ମଧ୍ୟ ‘ସିବିଆଇ’ ଅଧିକାରୀମାନେ ଉକ୍ତ ସ୍ବର୍ଣ୍ଣମୁଦ୍ରାର ସନ୍ଧାନ ପାଇବାରେ ବିଫଳ ହୋଇଛନ୍ତି।

ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ମୁଦ୍ରାଶାଳରେ ନିର୍ମିତ ଉକ୍ତ ୧୧୯୩୫.୮ ଗ୍ରାମ୍‌ ଓଜନବିଶିଷ୍ଟ ସ୍ବର୍ଣ୍ଣମୁଦ୍ରାଟି ତିଆରି ହୋଇଥିଲା। ତାହା କିଭଳି ନିଜାମଙ୍କ ମାଲିକାନାକୁ ଆସିଲା ଐତିହାସିକ ଏବଂ ‘ସିବିଆଇ’ ଅଧିକାରୀମାନେ ବି ଜାଣିପାରୁ ନାହାନ୍ତି।

publive-image Image Courtesy of The Times of India

ମୌଲାନା ଆଜାଦ୍‌ ନ୍ୟାସ୍‌ନାଲ୍‌ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟର ‘ଏଚ୍‌କେ ଶେର୍‌ୱାନି ସେଣ୍ଟର୍‌ ଫର୍‌ ଡେକାନ୍‌ ଷ୍ଟଡିଜ୍‌’ର ନିର୍ଦେଶିକା ପ୍ରଫେସର୍‌ ସଲ୍‌ମା ଅହମଦ୍‌ ଫାରୁକି କହିଛନ୍ତି: ସୁନାରେ ନିର୍ମିତ ହୋଇଥିବା ବିଶ୍ବର ସବୁଠୁ ଭାରୀ ଓ ବୃହତ୍ତମ ମୁଦ୍ରା ଦେଶ ସ୍ବାଧୀନ ହେବା ପର୍ଯ୍ୟନ୍ତ ନିଜାମ୍‌ମାନଙ୍କ ପାଖରେ ଥିଲା। ମୋଗଲ ସମ୍ରାଟ୍‌ ଜାହାଙ୍ଗୀର୍‌ ଏହାକୁ ‘କୌକବ୍‌-ଇ-ତାଲି’ କହୁଥିଲେ।

‘ସିବିଆଇ’ର ପୂର୍ବତନ ଯୁଗ୍ମ ନିର୍ଦେଶକ ଶାନ୍ତନୁ ସେନ୍‌ ତାଙ୍କ ପୁସ୍ତକରେ ଲେଖିଛନ୍ତି, ଜାହାଙ୍ଗୀର ସେ ଭଳି ଦୁଇଟି ସ୍ବର୍ଣ୍ଣମୁଦ୍ରା ନିର୍ମାଣ କରାଇଥିଲେ। ଗୋଟିକୁ ସେ ଇରାନ୍‌ ଶାହାଙ୍କ ରାଜଦୂତ ୟାଦ୍‌ଗାର୍‌ ଅଲିଙ୍କୁ ଭେଟି ଦେଇଥିଲେ ଏବଂ ଆରଟି ହାଇଦ୍ରାବାଦ ନିଜାମଙ୍କ ସମ୍ପତ୍ତି ହୋଇଯାଇଥିଲା।

ପ୍ରଫେସର୍‌ ସଲ୍‌ମା କହିଛନ୍ତି, ୧୯୮୭ରେ ୟୁରୋପରେ ଥିବା ଭାରତୀୟ ଅଧିକାରୀମାନେ କେନ୍ଦ୍ର ସରକାରଙ୍କୁ ସତର୍କ କରାଇ କହିଥିଲେ ଯେ, ନିଲାମକାରୀ ହାବ୍‌ସ୍‌ବର୍ଗ ଫିଲ୍‌ଡ୍‌ମ୍ୟାନ୍‌ ଏସ୍‌ନେ ପ୍ୟାରିସ୍‌ର ‘ଇଣ୍ଡୋସୁଏଜ୍‌ ବ୍ୟାଙ୍କ୍‌’ର ଜେନିଭା ଶାଖା ଜରିଆରେ ଜେନିଭାସ୍ଥିତ ହୋଟେଲ୍‌ ମୋଗାରେ ୧୧୯୩୫.୮ ଗ୍ରାମ୍‌ ଓଜନର ସ୍ବର୍ଣ୍ଣମୁଦ୍ରା ନିଲାମ କରିବ। ଏହାପରେ ଯାଇ ‘ସିବିଆଇ’ ସନ୍ଧାନ ଆରମ୍ଭ କଲା। ତଦନ୍ତରୁ ବହୁ ତଥ୍ୟ ମିଳିଲା। ୧୯୮୭ରେ ମକ୍‌ରମ୍‌ ଝା’ ସେଠାରେ ଦୁଇଟି ସ୍ବର୍ଣ୍ଣମୁଦ୍ରା ନିଲାମ କରିବାକୁ ଉଦ୍ୟମ କରୁଛନ୍ତ ବୋଲି ଜଣାପଡ଼ିଥିଲା।

କିନ୍ତୁ, ଅନେକ ବର୍ଷ ବିତି ଯାଇଥିଲେ ବି ଉକ୍ତ ମୁଦ୍ରା ନିଲାମ ହେଲା କି, ନାହିଁ ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe