ଭାରତରେ ଏକେ-୪୭ ୨୦୩ ରାଇଫଲ୍‌ ନିର୍ମାଣ ନିମନ୍ତେ ରାଜିନାମା ଚୂଡ଼ାନ୍ତ କଲେ ଭାରତ ଓ ରୁଷ୍: ରିପୋର୍ଟ

ଭାରତରେ ଏକେ-୪୭ ୨୦୩ ରାଇଫଲ୍‌ ନିର୍ମାଣ ନିମନ୍ତେ ରାଜିନାମା ଚୂଡ଼ାନ୍ତ କଲେ ଭାରତ ଓ ରୁଷ୍: ରିପୋର୍ଟ

Image Courtesy of Times Now

ମସ୍କୋ: ଭାରତରେ ଏକେ-୪୭ ୨୦୩ ରାଇଫଲ୍ ନିର୍ମାଣ ନିମନ୍ତେ ଭାରତ ଓ ରୁଷ୍ ରାଜିନାମା ଚୂଡ଼ାନ୍ତ କରିଥିବା କଥା ଗୁରୁବାର ଦିନ ରୁଷ୍‌ର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି। ସମ୍ପ୍ରତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମସ୍କୋ ଗସ୍ତରେ ଅଛନ୍ତି।

ଏକେ-୪୭ ୨୦୩ ହେଉଛି ଏକେ-୪୭ ରାଇଫଲ୍‌ର ସଦ୍ୟ ଓ ଉନ୍ନତ ସଂସ୍କରଣ। ଏହା ‘ଇଣ୍ଡିଆନ୍ ସ୍ମଲ୍‌ ଆର୍ମସ୍‌ ସିଷ୍ଟମ୍ (ଆଇଏନ୍‌ଏସ୍‌ଏଏସ୍) ୫. ୫୬x୪୫ ଏମ୍‌ଏମ୍ ଆସଲ୍‌ଟ୍‌ ରଇଫଲ୍‌ ସ୍ଥାନରେ ବ୍ୟବହାର କରାଯିବ।

ଭାରତୀୟ ସେନାବାହିନୀର ପ୍ରାୟ ୭୭୦, ୦୦୦ ଏକେ-୪୭ ୨୦୩ ରାଇଫଲ୍ ଆବଶ୍ୟକ। ସେଥିରୁ ୧୦୦, ୦୦୦ ଆମଦାନି କରାଯିବ ଏବଂ ବାକି ଭାରତରେ ନିର୍ମାଣ କରାଯିବ ବୋଲି ରୁଷ୍‌ର ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥା ‘ସ୍ପୁଟ୍‌ନିକ୍‌’ କହିଛି।

‘ଅର୍ଡନାନ୍ସ୍‌ ଫ୍ୟାକ୍ଟ୍ରି ବ‌ୋର୍ଡ’ ଏବଂ ‘ଦି କାଲାସ୍ନିକୋଭ୍ କନ୍‌ସର୍ଣ୍ଣ ଆଣ୍ଡ୍‌ ରୋସୋବୋରୋନଏକ୍ସ୍‌ପର୍ଟ’ ମଧ୍ୟରେ ସଂସ୍ଥାପିତ ‘ଇଣ୍ଡୋ-ରୁଷିଆ ରାଇଫଲ୍ସ୍‌ ପ୍ରାଇଭେଟ୍‌ ଲିମିଟେଡ୍’ ମିଳିତ ଉଦ୍ୟୋଗର ଅଂଶବିଶେଷ ଭାବେ ଏହି ରାଇଫଲ୍‌ ସବୁ ଭାରତରେ ନିର୍ମାଣ କରାଯିବ ବୋଲି ‘ସ୍ପୁଟ୍‌ନିକ୍‌’ ସୂଚନା ଦେଇଛି।

publive-image Image Courtesy of Money Control

‘ଇଣ୍ଡୋ-ରୁଷିଆ ରାଇଫଲ୍ସ୍‌ ପ୍ରାଇଭେଟ୍‌ ଲିମିଟେଡ୍’ର ପ୍ରମୁଖ ୫୦.୫% ଅଂଶଧନ ‘ଅର୍ଡନାନ୍ସ୍‌ ଫ୍ୟାକ୍ଟ୍ରି ବ‌ୋର୍ଡ’ର ମାଲିକାନାରେ ଥିବା ବେଳେ ‘ଦି କାଲାସ୍ନିକୋଭ୍ କନ୍‌ସର୍ଣ୍ଣ ଗ୍ରୁପ୍’ ୪୨% ଅଂଶଧନ ରଖିଛି। ବାକି ୭.୫% ଅଂଶଧନ ରହିବ ରୁଷ୍‌ର ରାଷ୍ଟ୍ରାୟତ ରପ୍ତାନି ଏଜେନ୍ସି ‘ରୋସୋବୋରୋନଏକ୍ସ୍‌ପର୍ଟ’ ମାଲିକାନାରେ ରହିବ।

ଏହି ୭.୬୨x୩୯ ଏମ୍ଏମ୍ ରୁଷୀୟ ଅସ୍ତ୍ର ଉତ୍ତର ପ୍ରଦେଶର କୋରୱା ଅର୍ଡନାନ୍ସ୍‌ ଫ୍ୟାକ୍ଟ୍ରିରେ ଉତ୍ପାଦନ ହେବ। ଗତବର୍ଷ ଏହି ଫ୍ୟାକ୍ଟ୍ରିକୁ ପ୍ରଧାନମନ୍ତ୍ରୀ ମ‌ୋଦୀ ଉଦ୍ଘାଟନ କରିଥିଲେ।

ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର ଏବଂ କାରଖାନା ସ୍ଥାପନ ଖର୍ଚ୍ଚ ମିଶାଇ ପ୍ରତି ରାଇଫଲ୍‌ର ମୂଲ୍ୟ ୧, ୧୦୦ ଡଲାର୍‌ ପଡ଼ିବ ବୋଲି ଆଶା କରାଯାଉଛି।

୧୯୯୬ରୁ ବ୍ୟବହାର ହୋଇ ଆସୁଥିବା ‘ଆଇଏନ୍‌ଏସ୍‌ଏଏସ୍‌’ ସୁଉଚ୍ଚ ହିମାଳୟରେ ଜାମ ହୋଇଯିବା ଏବଂ ମ୍ୟାଗାଜିନ୍ ଫାଟିବା ଭଳି ସମସ୍ୟା ସୃଷ୍ଟି କରୁଛି ବୋଲି ‘ସ୍ପୁଟ୍‌ନିକ୍‌’ ରିପୋର୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe