ଡଲାର, ୟୁରୋ ବ୍ୟବହାର କରିବେନି ଭାରତ, ରୁଷ୍‌

ଡଲାର, ୟୁରୋ ବ୍ୟବହାର କରିବେନି ଭାରତ, ରୁଷ୍‌

Bloomberg.com

ନୂଆଦିଲ୍ଲୀ : ଦ୍ବିପାକ୍ଷିକ ବାଣିଜ୍ୟ କାରବାରରେ ଆମେରିକୀୟ ଡଲାର ଓ ୟୁରୋକୁ ବ୍ୟବହାର ନକରିବା ବିଷୟରେ ଭାରତ ଓ ରୁଷ୍ ବିଚାର କରୁଛନ୍ତି। ଏହା ବଦଳରେ ସେମାନେ ଟଙ୍କା ଓ ରୁଷ୍‌ର ବିନିମୟ ମୁଦ୍ରା ରୁବଲ୍‌କୁ ବ୍ୟବହାର କରିବେ। ରୁଷ୍‌କୁ ଭାରତ ଯେତିକି ସାମଗ୍ରୀ ପଠାଉଛି ତା’ଠାରୁ ପାଞ୍ଚ ଗୁଣା ଅଧିକ ମୂଲ୍ୟର ସାମଗ୍ରୀ କିଣୁଛି। ସେଥିପାଇଁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ନିଅଣ୍ଟରେ ବଡ଼ ଧରଣର ଅନ୍ତର ରହିଛି। ସେହି ଅନ୍ତରକୁ ଦୂର କରିବା ଲାଗି ଟଙ୍କା-ରୁବଲ୍ କାରବାର ଉପରେ ଉଭୟ ଦେଶ ଧ୍ୟାନ ଦେବେ। ୟୁକ୍ରେନ୍‌ ସହ ଯୁଦ୍ଧ ଲଢ଼ୁଥିବା ରୁଷ୍‌ ଭାରତକୁ ଅଧିକ ତେଲ, ସାର, କୋଇଲା, କୁକିଂ କୋଲ୍ ଆଦି ରପ୍ତାନି କରୁଛି। ଯୁଦ୍ଧ ପରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ କାରବାର ୨୭୦୦ କୋଟି ଡଲାର ବଢ଼ିଛି।

ଦୁଇଟି ଦେଶ ଯେତେବେଳେ ପରସ୍ପରର ବିନିମୟ ମୁଦ୍ରାକୁ ବ୍ୟବହାର କରି କାରବାର କରନ୍ତି, ସେହି ସମୟରେ ଦ୍ବିପାକ୍ଷିକ କାରବାର ସମାନ ସ୍ତରରେ କିମ୍ବା ସେହି ପାଖାପାଖି ରହିବା ଉଚିତ। ଅନ୍ୟଥା ଗୋଟିଏ ଦେଶ ପାଖରେ ଅନ୍ୟ ଦେଶର ମୁଦ୍ରା ଅଧିକ ରହିଯିବ ଯାହାକୁ ସେ ଅନ୍ୟ କୌଣସି କାମରେ ବ୍ୟବହାର କରିପାରିବେନି। ଉଦାହରଣ ସ୍ବରୂପ ଭାରତ ଯେଉଁ ସାମଗ୍ରୀ ରୁଷ୍‌କୁ ପଠାଉଛି ତାହା ବଦଳରେ ଯଦି ରୁବଲ୍‌ରେ ପେମେଣ୍ଟ୍‌ ଗ୍ରହଣ କରୁଛି ତେବେ ରୁଷ୍‌ରୁ ତେଲ କିଣିବା ବେଳେ ଭାରତ ସେହି ରୁବଲ୍‌କୁ ପେମେଣ୍ଟ୍‌ ପାଇଁ ବ୍ୟବହାର କରିପାରିବ। ଭାରତ ସହ ଟଙ୍କାରେ କାରବାର କରିବା ପାଇଁ ହେଲେ ଯେକୌଣସି ଭାରତୀୟ ବ୍ୟାଙ୍କରେ ଏକ ଭଷ୍ଟ୍ରୋ ଆକାଉଣ୍ଟ୍‌ ଖୋଲିବାକୁ ପଡ଼ିବ। ରୁଷୀୟ ବ୍ୟାଙ୍କଗୁଡ଼ିକ ସେଭଳି ଖାତା ଖୋଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe