ହସିନାଙ୍କ ପ୍ରତ୍ୟାର୍ପଣ ଦାବି ଉପରେ କ’ଣ କହିଲା ଭାରତ ?

ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ଶେଖ୍ ହସିନାଙ୍କୁ ଭାରତରୁ ପ୍ରତ୍ୟାର୍ପଣ କରିବାକୁ ଦାବି କରିଛନ୍ତି। ଏଥିପାଇଁ ବାଂଲାଦେଶ ମଧ୍ୟ ଭାରତକୁ ଚିଠି ଲେଖିଛି, ଯାହାର ଜବାବ ମଧ୍ୟ ଦେଇଛି ଭାରତ ।

bangladesh1

ନୂଆଦିଲ୍ଲୀ: ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ଶେଖ୍ ହସିନାଙ୍କୁ ଭାରତରୁ ପ୍ରତ୍ୟାର୍ପଣ କରିବାକୁ ଦାବି କରିଛନ୍ତି। ଏଥିପାଇଁ ବାଂଲାଦେଶ ମଧ୍ୟ ଭାରତକୁ ଚିଠି ଲେଖିଛି, ଯାହାର ଜବାବ ମଧ୍ୟ ଦେଇଛି ଭାରତ । ଭାରତ କହିଛି- 'ନୋ କମେଣ୍ଟସ (କୌଣସି ମନ୍ତବ୍ୟ ନାହିଁ)'। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ବର୍ତ୍ତମାନ ଏହି ପ୍ରସଙ୍ଗରେ ନୂଆଦିଲ୍ଲୀର କୌଣସି ମନ୍ତବ୍ୟ ନାହିଁ। 

ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଜୟସ୍ବାଲ କହିଥିଲେ, “ପ୍ରତ୍ୟର୍ପଣ ଅନୁରୋଧ ସଂକ୍ରାନ୍ତରେ ବାଂଲାଦେଶ ହାଇ କମିଶନଙ୍କ ଠାରୁ ଆଜି ଏକ ଚିଠି ମିଳିଛି ବୋଲି ଆମେ ନିଶ୍ଚିତ କରୁଛୁ। କିନ୍ତୁ ବର୍ତ୍ତମାନ ଏହି ପ୍ରସଙ୍ଗରେ ଆମର କୌଣସି ମନ୍ତବ୍ୟ ନାହିଁ।“

ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଜୟସ୍ବାଲ କହିଥିଲେ, “ପ୍ରତ୍ୟର୍ପଣ ଅନୁରୋଧ ସଂକ୍ରାନ୍ତରେ ବାଂଲାଦେଶ ହାଇ କମିଶନଙ୍କ ଠାରୁ ଆଜି ଏକ ଚିଠି ମିଳିଛି ବୋଲି ଆମେ ନିଶ୍ଚିତ କରୁଛୁ। କିନ୍ତୁ ବର୍ତ୍ତମାନ ଏହି ପ୍ରସଙ୍ଗରେ ଆମର କୌଣସି ମନ୍ତବ୍ୟ ନାହିଁ।“

ସୂଚନାଯୋଗ୍ୟ ଯେ ବାଂଲାଦେଶ ଓ ଭାରତ ମଧ୍ୟରେ ୨୦୧୩ରେ ଏକ ପ୍ରତ୍ୟାର୍ପଣ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହା ଅନୁଯାୟୀ ଉଭୟ ଦେଶ ପରସ୍ପରଦେଶରେ ଗିରଫ ଅପରାଧୀମାନଙ୍କ ପ୍ରତ୍ୟାର୍ପଣ କରିବେ । ତେବେ ରାଜନୈତିକ ବନ୍ଦୀମାନଙ୍କୁ ଏହି ଚୁକ୍ତିରୁ ମୁକ୍ତ ରଖାଯାଇଛି । ଅର୍ଥାତ୍ ଭାରତ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ବାଧ୍ୟ ନୁହେଁ । ସୂଚନାଯୋଗ୍ୟ ଯେ ବାଂଲାଦେଶରେ ବଡ଼ ଧରଣର ବିକ୍ଷୋଭ ପରେ ଶେଖ ହସିନା ୨୦୨୪ ଅଗଷ୍ଟ ୫ତାରିଖରେ ଭାରତ ଆସିଥିଲେ। ସେ ବର୍ତ୍ତମାନ ବାଂଲାଦେଶରେ ହିଂସା ଏବଂ ମୃତ୍ୟୁ ସହ ଜଡ଼ିତ ଅନେକ ଅଦାଲତ ମାମଲାର ସମ୍ମୁଖୀନ ହେଉଛନ୍ତି। ଶେଖ ହସିନା ଦେଶ ଛାଡିବା ପରେ ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଗଠନ ହୋଇଥିଲା । ଏହାପରେ ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଅନେକ ଅତ୍ୟାଚାର ହୋଇଥିଲା। ଏହି କାରଣରୁ ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe