‘ଭାରତ-ସାଉଦି ଆରବ ମଧ୍ୟରେ ବ୍ୟାପକ ରଣନୀତିକ ଭାଗିଦାରୀ ରହିଛି’

ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ରଣନୀତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି ଉପରେ  ଆଜି ଭାରତ ପ୍ରତିକ୍ରିୟା ରଖିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଭାରତ ଓ  ସାଉଦି ଆରବ ମଧ୍ୟରେ....

dgjgdjdgjdgjcnbn

ନୂଆଦିଲ୍ଲୀ: ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ରଣନୀତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି ଉପରେ  ଆଜି ଭାରତ ପ୍ରତିକ୍ରିୟା ରଖିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଭାରତ ଓ  ସାଉଦି ଆରବ ମଧ୍ୟରେ ଏକ ରଣନୀତିକ ଭାଗିଦାରୀ ରହିଛି, ଯାହା କ୍ରମାଗତ ଭାବରେ ଅଧିକ ସୁଦୃଢ଼ ହେବାରେ ଲାଗିଛି। ରଣନୀତିକ ଭାଗିଦାରୀରେ ପାରସ୍ପରିକ ସ୍ୱାର୍ଥର ଯତ୍ନ ନିଆଯିବ ବୋଲି ଭାରତ ଆଶା ପ୍ରକାଶ କରିଛି ।

ସୂଚନାଯୋଗ୍ୟ, ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଚୁକ୍ତି ଏବେ ବିଶ୍ବର ଅନ୍ୟତମ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି। ଅନେକ ଏହା ପଛରେ ଆମେରିକାର ହାତ ରହିଥିବା ମଧ୍ୟ ମତ ଦେଉଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ଭାରତ ପାକିସ୍ତାନର ଅନେକ ସାମରିକ ଘାଟି ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରିଥିଲା, ଯାହା ପରେ ସାଉଦି ଏବଂ ପାକିସ୍ତାନ ମଧ୍ୟରେ ଏହି ଚୁକ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ଏହି ପ୍ରସଙ୍ଗରେ ଗତକାଲି ରଣଧୀର ଜୟସ୍ୱାଲ କହିଥିଲେ ଯେ ଭାରତ ଏହାର ଜାତୀୟ ସୁରକ୍ଷା ତଥା ଆଞ୍ଚଳିକ ଏବଂ ବିଶ୍ୱ ସ୍ଥିରତା ଉପରେ ଏହି ପଦକ୍ଷେପର ପ୍ରଭାବ ଅଧ୍ୟୟନ କରିବ। ଜୟସ୍ୱାଲ କହିଛନ୍ତି,  ଭାରତର ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe