ପାଙ୍ଗୋଙ୍ଗ୍ ସୋ ହ୍ରଦର ଦକ୍ଷିଣ କୂଳରେ ଅପ୍‌ଟିକାଲ୍‌ ଫାଇବର୍ କେବଲ୍‌ ବିଛାଉଛି ଚୀନ୍: ଭାରତ

Advertisment
ପାଙ୍ଗୋଙ୍ଗ୍ ସୋ ହ୍ରଦର ଦକ୍ଷିଣ କୂଳରେ ଅପ୍‌ଟିକାଲ୍‌ ଫାଇବର୍ କେବଲ୍‌ ବିଛାଉଛି ଚୀନ୍: ଭାରତ

Image Courtesy of Livemint

ଲେହ: ବିବାଦ ସମାଧାନ ନିମନ୍ତେ ଆଲୋଚନା ଚାଲିଥିବା ସତ୍ତ୍ବେ ଚୀନ୍ ସୈନିକମାନେ ଭାରତ ସହ ଲାଗିଥିବା ହିମାଳୟ ସୀମାନ୍ତରେ ଅପ୍‌ଟିକାଲ୍ ଫାଇବର୍ କେବଲ୍‌ ନେଟ୍‌ୱାର୍କ ବିଛାଉଥିବା କଥା ଦୁଇଜଣ ଭାରତୀୟ ସରକାରୀ ଅଧିକାରୀ କହିଛନ୍ତି। ଏହାଦ୍ବାରା ଫର୍‌ୱାଡ୍ ସୈନିକମାନେ ପଛରେ ଥିବା ବେସ୍ ସହ ସୁନିଶ୍ଚିତ ଯୋଗାଯୋଗ ରଖିପାରିବେ।

ଲଦାଖ ଅନ୍ତର୍ଗତ ପାଙ୍ଗୋଙ୍ଗ୍ ସୋ ହ୍ରଦର ଦକ୍ଷିଣ ପାର୍ଶ୍ବରେ ଏହି କେବଲ୍‌ ବିଛା ଚାଲିଥିବା କାର୍ଯ୍ୟ ନିକଟ ଅତୀତ ଜଣାପଡ଼ିଥିବା କଥା ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। ସେ କହିଛନ୍ତି, ଆମର ବଡ଼ ଚିନ୍ତା ହେଲା, ସେମାନେ ପାଙ୍ଗୋଙ୍ଗ୍ ସୋ ହ୍ରଦର ଦକ୍ଷିଣ କୂଳରେ ଅତି ଦ୍ରୁତ ଯୋଗାଯୋଗ ନିମନ୍ତେ ଅପ୍‌ଟିକାଲ୍‌ ଫାଇବର୍ କେବଲ୍‌ ବିଛାଉଛନ୍ତି।

କିନ୍ତୁ, ଏ ସଂକ୍ରାନ୍ତରେ ଚୀନ୍‌ର ବୈଦେଶିକ ମନ୍ତ୍ରୀ ଗଣମାଧ୍ୟମକୁ ପଚାରିଥିବା ପ୍ରଶ୍ନର ତୁରନ୍ତ କୌଣସି ଉତ୍ତର ଦେଇନାହିଁ।

publive-image Image Courtesy of US News and World Report

ଏ ମଧ୍ୟରେ ହଜାର ହଜାର ଭାରତୀୟ ଓ ଚୀନ୍‌ ସୈନିକ କମାଣ ଓ ବିମାନ ଯୋଗେ ପାଙ୍ଗୋଙ୍ଗ୍ ସୋ ହ୍ରଦର ୭୦ କିଲୋମିଟର୍‌ ଦୀର୍ଘ ଦକ୍ଷିଣ ସୀମାରୁ ଫେରି ଆସିଲେଣି। ବିବାଦ ତେଜିବା ଘଟଣାରେ ଉଭୟ ଦେଶ ପରସ୍ପର ଉପରେ ଦୋଷାରୋପ କରୁଛନ୍ତି।

ସୋମବାର ଦିନ ଜଣେ ଭାରତୀୟ ସରକାରୀ ଅଧିକାରୀ କହିଛନ୍ତି ଯେ, ଗତ ସପ୍ତାହରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କର ସାକ୍ଷାତ୍ ହୋଇଥିଲେ ବି ଏ ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କ ତରଫରୁ କୌଣସି ଆଖିଦୃଶିଆ ସୈନ୍ୟ ଅପସାରଣ ହୋଇନାହିଁ। ପରିସ୍ଥିତି ପୂର୍ବବତ୍ ଉତ୍ତେଜନାପୂର୍ଣ୍ଣ ରହିଛି। ଲଦାଖର ମୁଖ୍ୟ ସହର ଲେହ୍ ଉପରେ ସକାଳ ସାରା ଭାରତୀୟ ଲଢୁଆ ବିମାନ ସବୁ ପଇଁତରା ମାରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe