‘ପାକିସ୍ତାନୀ ବାୟୁସେନାର ଏଫ୍‌-୧୬କୁ ଖସାଇ ଦେବା ନେଇ ସମସ୍ତ ତଥ୍ୟ ଓ ପ୍ରମାଣ ଆମ ନିକଟରେ ମହଜୁଦ୍‌ ଅଛି’: ଏୟାର ଭାଇସ୍‌ ମାର୍ଶଲ ଆର୍‌ଜିଭି କପୁର

Advertisment
‘ପାକିସ୍ତାନୀ ବାୟୁସେନାର ଏଫ୍‌-୧୬କୁ ଖସାଇ ଦେବା ନେଇ ସମସ୍ତ ତଥ୍ୟ ଓ ପ୍ରମାଣ ଆମ ନିକଟରେ ମହଜୁଦ୍‌ ଅଛି’: ଏୟାର ଭାଇସ୍‌ ମାର୍ଶଲ ଆର୍‌ଜିଭି କପୁର

Hindustan Times

ନୂଆଦିଲ୍ଲୀ: ପୁଣିଥରେ ଆଜି ଗଣମାଧ୍ୟମରେ ବିତର୍କ ସୃଷ୍ଟି କରିଛି ଭାରତୀୟ ବାୟୁସେନା ଓ ପାକିସ୍ତାନୀ ବାୟୁସେନା ମଧ୍ୟରେ ହୋଇଥିବା ‘ଡଗ୍‌ ଫାଇଟ୍‌’। ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୭ ତାରଖରେ ଉଭୟ ଦେଶର ବାୟୁସେନା ମଧ୍ୟରେ ହୋଇଥିବା ଏହି ‘ଡଗ୍‌ ଫାଇଟ୍‌’ରେ ଭାରତୀୟ ବାୟୁସେନାର ଏକ ଲଢ଼ୁଆ ମିଗ୍‌୨୧ ବିସନ୍‌ ଜେଟ୍‌ରୁ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ କ୍ଷେପଣାସ୍ତ୍ର ମାଡ଼କରି ପାକିସ୍ତାନୀ ବାୟୁସେନାର ଆମେରିକା ଦ୍ୱାରା ନିର୍ମିତ ସର୍ବାଧୁନିକ ଲଢ଼ୁଆ ବିମାନ ଏଫ୍‌-୧୬କୁ ଖସାଇ ଦେଇଥିଲେ।

ତେବେ, ଆମେରିକୀୟ ଗଣମାଧ୍ୟମରେ, ଆଜି ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଏହି ଘଟଣା ପରେ ଆମେରିକାର ଏକ ପ୍ରତିନିଧି ଦଳ ପାକିସ୍ତାନ ଗସ୍ତରେ ଯାଇଥିଲେ। ଗସ୍ତ କାଳରେ ଆମେରିକୀୟ ପ୍ରତିନିଧି ଦଳ ପାକିସ୍ତାନ ଆମେରିକା ଠାରୁ କିଣିଥିବା ସମସ୍ତ ଏଫ୍‌- ୧୬ ଲଢ଼ୁଆ ବିମାନ ପାକିସ୍ତାନ ବାୟୁସେନା ନିକଟରେ ଅକ୍ଷତ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ। ଫଳରେ, ପାକିସ୍ତାନୀ ବାୟୁସେନାର ଆମେରିକା ଦ୍ୱାରା ନିର୍ମିତ ସର୍ବାଧୁନିକ ଲଢ଼ୁଆ ବିମାନ ଏଫ୍‌-୧୬କୁ କ୍ଷେପଣାସ୍ତ୍ର ମାଡ଼କରି ଖସାଇ ଦେଇଥିବା ଦାବୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ବିତର୍କ ଆରମ୍ଭ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ଭାରତୀୟ ବାୟୁସେନାର ଏୟାର ଭାଇସ୍‌ ମାର୍ଶଲ ଆର୍‌ଜିଭି କପୁର କହିଛନ୍ତି, ‘ଫେବ୍ରୁଆରି ୨୭ ତାରଖରେ ହୋଇଥିବା ‘ଡଗ୍‌ ଫାଇଟ୍‌’ରେ ଭାରତୀୟ ବାୟୁସେନାର ଲଢ଼ୁଆ ମିଗ୍‌୨୧ ବିସନ୍‌ ଜେଟ୍‌ରୁ କ୍ଷେପଣାସ୍ତ୍ର ମାଡ଼କରି ପାକିସ୍ତାନୀ ବାୟୁସେନା ଦ୍ୱାରା ବ୍ୟବହୃତ ହେଉଥିବା ଆମେରିକା ନିର୍ମିତ ଲଢ଼ୁଆ ବିମାନ ଏଫ୍‌-୧୬କୁ ଖସାଇ ଦିଆ ଯାଇଥିବା ନେଇ ସମସ୍ତ ତଥ୍ୟ ଓ ପ୍ରମାଣ ଭାରତୀୟ ବାୟୁସେନା ନିକଟରେ ମହଜୁଦ୍‌ ରହିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe