Image Courtesy of India Today
ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ପରୀକ୍ଷା କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ବରେ ଅଗ୍ରଣୀ ଏବଂ ଭାରତ ଦ୍ବିତୀୟ ସ୍ଥାନରେ ଥିବା କଥା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଟ୍ରମ୍ପ୍ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ୫୦ ନିୟୁତରୁ ଅଧିକ କରୋନାଭାଇରସ୍ ପରୀକ୍ଷା କରିସାରିଲାଣି। ଏହା ବିଶ୍ବର ଯେ କୌଣସି ଦେଶ ଠାରୁ ଯଥେଷ୍ଟ ଅଧିକ। ଏ ପର୍ଯ୍ୟନ୍ତ ୧୨ ନିୟୁତ ପରୀକ୍ଷା କରି ଭାରତ ଦ୍ବିତୀୟ ସ୍ଥାନରେ ରହିଛି।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ୧୪୦, ୦୦୦ ଆମେରିକୀୟ ମୃତ୍ୟୁମୁଖରେ ପଡ଼ିଛନ୍ତି ଏବଂ ୩. ୮ ନିୟୁତରୁ ଅଧିକ ବ୍ୟକ୍ତି ପଜିଟିଭ୍ ବାହାରିଛନ୍ତି। ଧୀରେ ଧୀରେ ଯୁକ୍ତରାଷ୍ଟ୍ର ଆମେରିକାର ଆର୍ଥିକ ବ୍ୟବସ୍ଥା ସ୍ବାଭାବିକ ହେଉଥିବା ବେଳେ ସେଠାକାର ସନ୍ ବେଲ୍ଟ୍ରେ ସମ୍ପ୍ରତି ମହାମାରୀ ବ୍ୟାପୁଛି।
Image Courtesy of The Indian Expressଟ୍ରମ୍ପ୍ ଆହୁରି ମଧ୍ୟ କହିଛନ୍ତି, ଗୋଟିଏ ପରିବାର ହେତୁ ଆମେ ହରାଇ ଥିବା ମୂଲ୍ୟବାନ୍ ଜୀବନ ଲାଗି ଶୋକ ପ୍ରକାଶ କରୁଛୁ। ସେମାନଙ୍କ ସମ୍ମାନାର୍ଥେ ମୁଁ ଶପଥ ନେଉଛି, ଟିକା ବାହାର କରି ଭୂତାଣୁକୁ ପରାସ୍ତ କରିବୁ। ଟିକା ପ୍ରସ୍ତୁତି ଏବଂ ଚିକିତ୍ସା କ୍ଷେତ୍ରରେ ଆମେ ଅଗ୍ରଗତି ହାସଲ କରିଛୁ।
ସେ ଭରସା ଦେଇ କହିଛନ୍ତି, ଯେ ଆଶା କରାଯାଉଥିବା ସମୟର ଯଥେଷ୍ଟ ପୂର୍ବରୁ କରୋନାଭାଇରସ୍ ଟିକା ଚାଲି ଆସିବ। ‘ଚୀନ୍ ଭାଇରସ୍’ ଖୁବ୍ ସାଙ୍ଘାତିକ ଓ ବିପଜ୍ଜନକ ଅସୁସ୍ଥତାର କାରଣ ହୋଇଛି। ଏହି ଅପରିଚ୍ଛନ୍ନିଆ ବିଚିତ୍ର ବେମାରୀକୁ ଚୀନ୍ ବାହାରକୁ ଛାଡ଼ିବା ଅନୁଚିତ ଥିଲା, କିନ୍ତୁ ସେ ଖସି ଆସିଲା। ସେ ସମଗ୍ର ବିଶ୍ବକୁ ସଂକ୍ରମିତ କରିଛି ଏବଂ ବିଶ୍ବ ଦୁର୍ଦ୍ଦଶା ଭୋଗୁଛି। ମାତ୍ର ଆମେ ତା’ର ମୁକାବିଲା କରାଉଛୁ ଏବଂ ଅନେକ ଦେଶକୁ ସାହାଯ୍ୟ କରୁଛୁ।
Follow Us