ଜୁଲାଇ ୨୦ ପୂର୍ବରୁ କୁଳଭୂଷଣଙ୍କୁ ଅବାଧରେ ଭେଟିବାକୁ ଚାହୁଁଛନ୍ତି ଭାରତୀୟ ସରକାରୀ ଅଧିକାରୀ

ଜୁଲାଇ ୨୦ ପୂର୍ବରୁ କୁଳଭୂଷଣଙ୍କୁ ଅବାଧରେ ଭେଟିବାକୁ ଚାହୁଁଛନ୍ତି ଭାରତୀୟ ସରକାରୀ ଅଧିକାରୀ

Image Courtesy of India Today

ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କ ରିଭ୍ୟୁ ପିଟିସନ୍ ଫାଇଲ୍ କରିବାର ଶେଷ ତାରିଖ ଜୁଲାଇ ୨୦ ତାରିଖ ପୂର୍ବରୁ ତାଙ୍କ ସହ ଦେଖା କରିବାକୁ ଭାରତୀୟ କନ୍‌ସୁଲାର୍‌ଙ୍କୁ ନିଃସର୍ତ୍ତ ଅନୁମତି ମିଳୁ ବୋଲି ଭାରତ କହିଛି। ଆହୁରି ମଧ୍ୟ ଭାରତ କହିଛି ଯେ, ଏହି ମାମଲାରେ ଇଂରାଜୀକୁ ପାକିସ୍ତାନ ଭାଷା ମାଧ୍ୟମ ରୂପେ ବାଧ୍ୟତାମୂଳକ ନ କରୁ।

ଇଣ୍ଟର୍‌ନ୍ୟାସ୍‌ନାଲ୍‌ କୋର୍ଟ ଅଫ୍ ଜଷ୍ଟିସ୍‌ଙ୍କ ରାୟ ଅନୁସାରେ, ଭାରତ କହିଛି ଯେ, କନ୍‌ସୁଲାର୍ ଆକ୍ସେସ୍, ଅବାଧ ଓ ନିରପେକ୍ଷ ବିଚାର ଥିଲା ଏହି ମାମଲାର ପୂର୍ବସର୍ତ୍ତ। ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, କୁଳଭୂଷଣ ଯାଦବଙ୍କୁ ଭେଟିବାକୁ ପାକିସ୍ତାନ ଦୁଇ ଜଣ ଭାରତୀୟ ସରକାରୀ ଅଧିକାରୀଙ୍କୁ ଅନୁମତି ଦେଉ ବୋଲି ଭାରତ ଚାହୁଁଛି।

publive-image Image Courtesy of NDTV

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ପାକିସ୍ତାନ ଜେଲ୍‌ରେ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବ ପାକିସ୍ତାନ ସାମରିକ ଅଦାଲତରେ ରିଭ୍ୟୁ ପିଟିସନ୍ ଦାଏର କରିବାକୁ ଆଗ୍ରହୀ ନୁହନ୍ତି ବୋଲି ଅଳ୍ପ ଦିନ ପାକିସ୍ତାନ ଦାବି କରିଥିଲା। କିନ୍ତୁ, ଏହି ଦାବି ଉପରେ ଭାରତ ସନ୍ଦେହ ପ୍ରକାଶ କରିଛି। ତାଙ୍କ ଉପରେ ଚାପ ପକାଇ ଏ ଭଳି କରାଯାଇଥିବା କଥା ଭାରତ କହୁଛି।

କୁଳଭୂଷଣ ହେଉଛନ୍ତି ଜଣେ ପୂର୍ବତନ ନୌସେନା ଅଧିକାରୀ। ଗୁପ୍ତଚରଗିରି ଏବଂ ଆତଙ୍କବାଦ ଅଭିଯୋଗରେ ତାଙ୍କୁ ଏପ୍ରିଲ୍ ୨୦୧୭ରେ ପାକିସ୍ତାନୀ ସାମରିକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା। ଏହାକୁ ବିରୋଧ କରି ଭାରତ ଆଇସିଜେରେ ଆବେଦନ କରିଥିଲା। ଆଇସିଜି ପାକିସ୍ତାନୀ ସାମରିକ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe